ନୂଆଦିଲ୍ଲୀ: ୨୦୨୮ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା କ୍ରିକେଟ ଟିମ ଯୋଗ୍ୟତା ହାସଲ କରିଛି । ୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ କ୍ରିକେଟ ଫେରିଛି । ଉଭୟ ପୁରୁଷ ଓ ମହିଳା ବିଭାଗରେ ୬ଟି ଲେଖାଏଁ ଟିମ ଅଂଶଗ୍ରହଣ କରିବେ । ଟି୨୦ ଫର୍ମାଟରେ ମ୍ୟାଚଗୁଡିକ ଖେଳାଯିବ । ଆଇସିସି ମହିଳା ଟି୨୦ ବିଶ୍ୱକପ ୨୦୨୬ ମାଧ୍ୟମରେ ଭାରତୀୟ ଟିମ କ୍ୱାଲିଫାଇ କରିଛି । ଭାରତ ବ୍ୟତୀତ ଅଷ୍ଟ୍ରେଲିଆ, ଗ୍ରେଟ ବ୍ରିଟେନ ଓ ଦକ୍ଷିଣ ଆଫ୍ରିକା ମଧ୍ୟ ଉନ୍ନୀତ ହୋଇଛନ୍ତି ।
ପୁରୁଷ ଟିମ ପାଇଁ ମଧ୍ୟ ଆଇସିସି ର୍ୟାଙ୍କିଙ୍ଗ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଆହୁରି ୬ ମାସ ଅପେକ୍ଷା କରିବାକୁ ପଡିବ । ୩୧ ଡିସେମ୍ବର ୨୦୨୬କୁ କଟ ଅଫ ତାରିଖ ଭାବେ ରଖାଯାଇଛି । ଏସୀୟ ର୍ୟାଙ୍କିଙ୍ଗରେ ଶୀର୍ଷରେ ରହି ଭାରତ ଯୋଗ୍ୟତା ହାସଲ ପାଇଁ ଉଦ୍ୟମ କରିବ । ନିକଟରେ ଭାରତୀୟ ପୁରୁଷ ଟିମ ଆୟର୍ଲାଣ୍ଡ ନିକଟରେ ପ୍ରଥମ ଥର ପାଇଁ ସିରିଜ ପରାଜୟବରଣ କରିଛନ୍ତିି । ଆୟୋଜକ ଆମେରିକା ଉଭୟ ପୁରୁଷ ଓ ମହିଳା ବିଭାଗରେ ସ୍ଥାନ ପାଇବ ।
