Latest Odisha News

BREAKING NEWS

ହ୍ବାଟ୍ସଆପ୍‌ ‘ୟୁଜରନେମ’ ବିବାଦକୁ ନେଇ ମେଟାର ସ୍ପଷ୍ଟୀକରଣ: ଗ୍ରାହକଙ୍କ ସୁରକ୍ଷା ପାଇଁ ଏହି ବିକଳ୍ପ ଅଣାଯାଇଛି

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ ‘ୟୁଜରନେମ’ ବିବାଦକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରହିବ ନା ନାହିଁ ସେ ନେଇ ମଧ୍ୟ ଅନେକ ବିବାଦୀୟ ପ୍ରଶ୍ନ ଉଠୁଛି। ତେବେ ଏହାକୁ ନେଇ ମେଟା ସ୍ପଷ୍ଟୀକରଣ ରଖିଛି। ଗ୍ରାହକଙ୍କ ସୁରକ୍ଷା ପାଇଁ ଏହି ବିକଳ୍ପ ଅଣାଯାଇଛି ବୋଲି କହିଛି ମେଟା। ନମ୍ବର ଓ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବାକୁ ପ୍ରୟାସ କରାଯାଉଛି। ଏହି ବିକଳ୍ପ ଇଚ୍ଛାଧୀନ, ଗ୍ରାହକ ନ ଚାହିଁଲେ ଏହା ଲାଗୁ ହେବନି ବୋଲି କହିଛି ମେଟା।

ହ୍ବାଟସଆପର “USER NAMES” ଫିଚରକୁ ନେଇ କଠୋର ଆଭିମୁଖ୍ୟ ଦେଖାଇଛନ୍ତି କେନ୍ଦ୍ର ସରକାର। ରୋଲ୍ ଆଉଟ୍ ଉପରେ ରୋକ୍ ଲଗାଇବା ସହ ମେଟାକୁ ଜାରି ହୋଇଥିଲା ନୋଟିସ। ଏହି ନୂତନ ସୁବିଧା ଦ୍ୱାରା ଅନଲାଇନ୍ ଠକେଇ, ପରିଚୟ ଚୋରି ଏବଂ ସାଇବର ଅପରାଧ ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ କରିଛି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ। ଏଥିପାଇଁ ୩ ଦିନରେ ଜବାବ ଦାଖଲ କରିବାକୁ ମେଟାକୁ ନୋଟିସ୍ ଜାରି କରାଯାଇଥିଲା। ଏହି ଫିଚରର ସୁରକ୍ଷା ବ୍ୟବସ୍ଥା ନେଇ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଥିଲା। ସରକାରଙ୍କ ନୋଟିସ ପରେ, ଅନେକ ଲୋକ ସୋସିଆଲ ମିଡିଆରେ ବିଭିନ୍ନ ପ୍ରଶ୍ନ ପଚାରିବା ଆରମ୍ଭ କରିଥିଲେ। ହ୍ୱାଟସଆପ୍ ପ୍ରାୟ ୭ଟି ପ୍ରଶ୍ନର ବିସ୍ତୃତ ଉତ୍ତର ଦେଇଛି ସ୍ପଷ୍ଟୀକରଣ ରଖିଛି।

ସେପଟେ ହ୍ବାଟ୍ସଅପର ଜଣେ ଅଧିକାରୀଙ୍କ କହିବା କଥା, ପ୍ରସିଦ୍ଧ ବ୍ୟକ୍ତି , ସରକାରୀ ସଂସ୍ଥା ଏବଂ ଭେରିଫାଏଡ୍ ମେଟା ଆକାଉଣ୍ଟ୍ ଗୁଡ଼ିକର ନାମକୁ ହ୍ୱାଟ୍ସଆପ୍ ଆଗୁଆ ସଂରକ୍ଷିତ କରି ରଖିଛି। ଯେପରି କେହି ସେମାନଙ୍କ ନାଁରେ ନକଲି ଆକାଉଣ୍ଟ୍ ଖୋଲି ଲୋକଙ୍କୁ ଠକି ନପାରିବେ ସେଥିପାଇଁ ବ୍ୟବସ୍ଥା ହାତକୁ ନିଆଯାଇଛି।

Leave A Reply

Your email address will not be published.