Latest Odisha News

BREAKING NEWS

ମୋବାଇଲ ଛଡାଇ ନେବାରୁ ବିଷ ପିଇ ନାବାଳିକା ମୃତ

ବାଲେଶ୍ବର: ପରିବାର ଲୋକେ ମୋବାଇଲ ଛଡ଼ାଇ ନେବା ପରେ ଆତ୍ମହତ୍ୟା କଲା ନାବାଳିକା । ଏଭଳି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ରାଜ ବରହମପୁର ଥାନା ଅନ୍ତର୍ଗତ ଗଗପାଳ ଗ୍ରାମରେ । ମୃତ ନାବାଳିକା ହେଲେ ଗଗପାଳ ଗ୍ରାମର ଦୁର୍ଗା ନାଏକଙ୍କ ଝିଅ ରୁନୁ ନାଏକ (୧୫ )।

ସୂଚନା ଅନୁସାରେ, ଗୁରୁବାର ସକାଳେ ରୁନୁ ଘରେ ବସି ମୋବାଇଲ ବ୍ୟବହାର କରୁଥିଲେ । ଏହି ସମୟରେ ତାଙ୍କ ମା’ ମୋବାଇଲ ଚଲେଇବାକୁ ବାରଣ କରିଥିଲେ । ରୁନୁ ବାରମ୍ବାର ମୋବାଇଲ ବ୍ୟବହାର କରୁଥିବାରୁ ତାଙ୍କ ବାପା ମୋବାଇଲ ନେଇଯିବାକୁ କହିଥିଲେ । ତେବେ ରୁନୁ ମୋବାଇଲ ନଦେବାରୁ ପରିବାର ଲୋକେ ତାଙ୍କଠାରୁ ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଇଥିଲେ । ଏଥିରେ ରାଗିଯାଇ ରୁନୁ ଘରେ ଥିବା କୀଟନାଷକ ପିଇଦେଇ ଥିଲେ ।

ପରେ ପରିବାର ଲୋକେ କବାଟ ଭାଙ୍ଗି ରୁନୁଙ୍କୁ ଉଦଳା ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବରପାଇ ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହକୁ ଜବତ କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.