Latest Odisha News

ରେଳ ବଜେଟ୍‍ କମିବା ଚିନ୍ତାର କାରଣ: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ସବୁଠାରୁ କମ୍ରେଲଲାଇନ୍ଥିବାବେଳେ ଭାରତୀୟ ରେଳବାଇକୁ ସର୍ବାଧିକ ରାଜସ୍ୱ ଦେଉଥିବା ଓଡିଶାକୁ ଚଳିତ ରେଳ ବଜେଟ୍ରେ ଅନୁଦାନ ପରିମାଣ ଗତବର୍ଷ ଅପେକ୍ଷା ହ୍ରାସ ପାଇଛି ଏହା ଏବେ ଚିନ୍ତାର କାରଣ ବୋଲି ରେଳ ବଜେଟ୍ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର

ଡକ୍ଟର ପାତ୍ର କହିଛନ୍ତି ଯେ ଅର୍ଥନୈତିକ କ୍ଷେତ୍ରରେ ଲାଭଜନକ ହେବାକୁ ଥିବା ଗୋପାଳପୁରସମ୍ବଲପୁର ପ୍ରସ୍ତାବିତ ରେଳଲାଇନ୍କୁ ଓଡିଶା ପକ୍ଷରୁ ସ୍ୱାଗତ କରାଯାଉଛି ତେବେ ଧାର୍ଯ୍ୟ ସମୟ ମଧ୍ୟରେ ଏହି ପ୍ରକଳ୍ପ ସରିବା ଆବଶ୍ୟକ ଡକ୍ଟର ପାତ୍ର କହିଛନ୍ତି ଯେ ରାଜ୍ୟ ସରକାର ଅଂଶଧନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା କୌଣସି ସ୍ଥାନରେ ନୂତନ ପ୍ରକଳ୍ପ ଘୋଷଣା ହୋଇନାହିଁ

ପୁରୀକୋଣାର୍କ, ବରଗଡନୂଆପଡା, ଯାଜପୁରଆରଡିଧାମରା, ଚକୁଳିଆବୁରାମରା, ଗୁଣୁପୁରଥେରୁବାଲି (ନୂଆ ଲାଇନ୍‍) ଆଦି ପାଇଁ ରାଜ୍ୟ ସରକାର ସହାୟତା ଲାଗି ପ୍ରତିଶ୍ରୁତି ଦେଇଥିଲେ ତେଜସ୍ଏକ୍ସପ୍ରେସ୍ଭଳି ରେଳ ଚଳାଚଳକୁ ବିଜେଡି ସ୍ୱାଗତ କରିଥିବାବେଳେ ଓଡିଶାରେ ଏଭଳି ରେଳଗାଡି ଚଳାଇବାକୁ ଡକ୍ଟର ପାତ୍ର ମତ ଦେଇଛନ୍ତି ସେହିଭଳି ବରାଦ ଅର୍ଥ ଯେଭଳି ଠିକଣା ସମୟରେ ଖର୍ଚ୍ଚ ହେବ ଏବଂ ବିଳମ୍ବିତ ହେଉଥିବା ପ୍ରକଳ୍ପ ଗୁଡିକୁ ତ୍ୱରାନ୍ୱିତ ଭିତ୍ତିରେ ସରିବ ସେ ଦିଗରେ ପଦକ୍ଷେପ ନେବା ପାଇଁ ବିଜେଡି ମୁଖପାତ୍ର କହିଛନ୍ତି

Leave A Reply

Your email address will not be published.