Latest Odisha News

BREAKING NEWS

ପାଣି ପାଇପରୁ ବାହାରୁଛି ମଦ !

ତ୍ରିସୁର : କେରଳର ତ୍ରିସୁର ଜିଲାରେ ଏକ ମଜାଦାର ଘଟଣା ଘଟିଛି । ଏଠାକାର ଚଲାକୁଡି ଅଂଚଳର ଏକ ଆପାର୍ଟମେଂଟରେ ଦିନେ ସକାଳୁ ପାଣି ପାଇପରୁ ମଦ ବାହାରିଥିଲା । ସୋସାଇଟରେ ଏ ନେଇ ହୋ ହଲ୍ଲା ପରିସ୍ଥିତି ସୃଷ୍ଟି ହେଇଗଲା ।

ସ୍ଥାନୀୟ ନଗର ନିଗମକୁ ଏ ନେଇ ଯୋଗାଯୋଗ କରାଗଲା । ପରେ ଅବକାରୀ ବିଭାଗ ଏ ନେଇ ଦାୟୀ ବୋଲି ଜଣା ପଡିଥିଲା । ନିକଟରେ ଅଧିକାରୀମାନେ ୪୫୦୦ ଲିଟର ମଦ ଜବତ କରିଥିଲେ ।

ଏହି ମଦକୁ ଗୋଟେ ବଡ ଗାତ ଭିତରେ ପକାଇ ଦିଆଯାଇଥିଲା । ଏଥିରୁ ମଦ ବୋହି ପାଖରେ ଥିବା ଏକ କୂଅରେ ମିଶିଥିଲା । ଏହି କୂଅରୁ ପମ୍ପ ମାଧ୍ୟମରେ ଉପରୋକ୍ତ ଆପାର୍ଟମେଂଟରେ ରହୁଥିବା ୧୮ ପରିବାରକୁ ପାଣି ଯୋଗା ଯାଉଥିଲା । ପରେ ନଗର ନିଗମ ଅଧିକାରୀମାନେ କୂଅକୁ ସଫା କରିଥିଲେ ।

Leave A Reply

Your email address will not be published.