Latest Odisha News

BREAKING NEWS

ବିଶ୍ୱପ୍ରସିଦ୍ଧ ଚିତ୍ରଶିଳ୍ପୀ ରାଜା ରବି ବର୍ମାଙ୍କ ସ୍ମୃତିକୁ ଲେନ୍ସରେ ତାଜା କଲେ ଭେଙ୍କଟ ରାମ୍‌

ନୂଆଦିଲ୍ଲୀ:   ଦକ୍ଷିଣ ଭାରତର ପ୍ରସିଦ୍ଧ ଫଟୋଗ୍ରାଫର ଜି. ଭେଙ୍କଟ୍ ରାମ୍ ପୃଥିବୀ ପ୍ରସିଦ୍ଧ ଚିତ୍ରଶିଳ୍ପୀ ରାଜା ରବି ବର୍ମାଙ୍କର ସ୍ମୃତି ତାଜା କରିଛନ୍ତି । କଥା ହେଉଛି ନିକଟରେ ଭେଙ୍କଟ୍ ରାମ୍ ଏକ କ୍ୟାଲେଣ୍ଡର ପ୍ରସ୍ତୁତି କରିଛନ୍ତି । ଏହି କ୍ୟାଲେଣ୍ଡରରେ ସେ ସେହି ଫଟୋ ସବୁ ସ୍ଥାନ ଦେଇଛନ୍ତି ଯାହା ରବି ବର୍ମାଙ୍କର ପ୍ରସିଦ୍ଧ ଚିତ୍ରର ରିମେକ୍ । କ୍ୟାଲେଣ୍ଡରର ୧୨ଟି ଫଟୋରେ ରବି ବର୍ମାଙ୍କର ପ୍ରସିଦ୍ଧ ୧୨ଟି ଚିତ୍ରର ରିମେକ୍ କରାଯାଇଛି ।

ସବୁଠାରୁ ବଡକଥା ହେଉଛି ରବି ବର୍ମାଙ୍କ ଚିତ୍ର ଭଳି ଭେଙ୍କଟ୍ ରାମ୍ ସମାନ ଫଟୋ ପୁଣିଥରେ କ୍ୟାମେରାରେ ସୁଟ୍ କରିଛନ୍ତି । ସିନେମା ଅଭିନେତ୍ରୀ, ନୃତ୍ୟଶିଳ୍ପୀ ଏବଂ ମଡେଲମାନଙ୍କୁ ନେଇ ସେ ଏସବୁ ପ୍ରସ୍ତୁତ କରିଛନ୍ତି ।
୧୯ ଶହ ଶତାବ୍ଦୀର ଏହି ଚିତ୍ରକୁ ୨୦୨୦ ମସିହାରେ ରିକ୍ରିଏଟ୍ କରିବା ଥିଲା ଯଥେଷ୍ଟ କଷ୍ଟସାଧ୍ୟ । ସେତେବେଳର ଶାଢୀ, ଅଳଂକାର, ପ୍ରଚ୍ଛଦପଟ୍ଟ ତିଆରି କରିବା ସହଜ ନଥିଲା । ବର୍ତ୍ତମାନ ଇଣ୍ଟରନେଟରେ ରବି ବର୍ମାଙ୍କ ନାଁରେ ଅନେକ ନକଲି ଫଟୋ ମିଳୁଛି, ତେବେ ଅସଲ କେଉଁଟା ଜାଣିବା ମଧ୍ୟ କଷ୍ଟକର ବ୍ୟାପାର ଥିଲା, ତେଣୁ ବେଙ୍ଗଳୁରୁରେ ସ୍ଥାପିତ ହୋଇଥିବା ରବି ବର୍ମା ଟ୍ରଷ୍ଟ ସହ ଯୋଗାଯୋଗ କରିଥିଲେ ଭେଙ୍କଟ୍ ରାମ୍ । ସେମାନେ ରବି ବର୍ମାଙ୍କର ପ୍ରକୃତ ଫଟୋ ଯୋଗାଇ ଦେବା ପରେ ଆରମ୍ଭ ହୋଇଥିଲା ପ୍ରସ୍ତୁତି ।
ସୁପରଷ୍ଟାର କମଲ ହାସନଙ୍କ ଝିଅ ଶ୍ରୁତି ହାସନ, ସାଉଥ ସୁପରଷ୍ଟାର ସାମନ୍ଥା ରୁଥ୍ ପ୍ରଭୁ, ବାହୁବଳୀ ଆକ୍ଟ୍ରେସ୍ ରାମ୍ୟା କ୍ରିଷ୍ଣନ୍‌, ସାଉଥ୍ ଆକ୍ଟ୍ରେସ ନଦିୟା, ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ଶୋଭନା ଆଦିଙ୍କୁ ନେଇ ଭେଙ୍କଟ୍ ରାମ୍ ଏହି ଫଟୋ ସୁଟ୍ କରିଥିଲେ ।
ଏହି ଫଟୋକୁ ନେଇ ୨୦୨୦ ମସିହା ପାଇଁ ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି । ମଣିରତ୍ନମଙ୍କ ପତ୍ନୀଙ୍କ ନାଁରେ କାମ କରୁଥିବା ସୁହାସିନୀ ଚାରିଟେବୁଲ ଟ୍ରଷ୍ଟ ପାଇଁ ଏହି କ୍ୟାଲେଣ୍ଡର ତିଆରି କରାଯାଇଛି । ଭେଙ୍କଟ୍ ରାମ୍ ଙ୍କ ପକ୍ଷରୁ କରାଯାଇଥିବା ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.