Latest Odisha News

BREAKING NEWS

ଭାରତର ଏହି ମହାନ ଅଲରାଉଣ୍ଡର କହିଲେ ଉଚିତ ନ ଥିଲା କୋହଲି ରାଗି କରି ଟେଷ୍ଟରୁ ଅବସର ନେବା

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଟେଷ୍ଟରୁ ଅବସର ନେବା ନିଷ୍ପତି ନେଇ ଭାରତର ମହାନ ଅଲରାଉଣ୍ଡର କପିଳ ଦେବ ଏକ ବଡ କଥା କହିଛନ୍ତି । କୋହଲି ଜଣେ ବିଶ୍ୱସ୍ତରର ଖେଳାଳି । ତାଙ୍କ ଆକ୍ରମଣାତ୍ମକ ପ୍ରଦର୍ଶନକୁ ସେ ଜନ ମ୍ୟାକନୋରଙ୍କ ସହ ତୁଳନା କରିଥିଲେ । ଗତ ବର୍ଷ ମେ ମାସରେ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ । ତାଙ୍କର ଏହି ନିଷ୍ପତି ସମସ୍ତଙ୍କୁ ଚକିତ ଓ ନିରାଶ କରିଥିଲା । ଏବେ କୋହଲି କେବଳ ଦିନିକିଆ କ୍ରିକେଟରେ ଖେଳିବା ଜାରୀ ରଖିଛନ୍ତି । ସେ ରାଗିକରି ଅବସର ନେବା ଉଚିତ ପଦକ୍ଷେପ ନ ଥିଲା ବୋଲି କପିଳ କହିଛନ୍ତି । ୧୦୦୦୦ ରନ ପୂରଣ କରିବା ପାଇଁ ତାଙ୍କୁ ୭୭୦ ରନର ଆବଶ୍ୟକତା ଥିଲା । ତାଙ୍କ ନିକଟରେ ଟେଷ୍ଟ କ୍ରିକେଟ ବାକିଥିଲା ।

ସେ ୬ ମାସ ଟେଷ୍ଟ କ୍ରିକେଟକୁ ଦେବା ପରେ ସବୁ କିଛି ବଦଳି ଯାଇଥାନ୍ତା ବୋଲି କପିଳ କହିଛନ୍ତି । ଆଇପିଏଲ ଓ ଦିନିକିଆ ଫର୍ମାଟରେ ସେ ଯେଉଁ ଭଳି ପ୍ରଦର୍ଶନ କରୁଛନ୍ତି ବିଶେଷ କିଛି ଅସୁବିଧା ହୋଇ ନ ଥାନ୍ତା । ଏହା ସତ୍ୟ ସେ ସମୟ ପୂର୍ବରୁ ଅବସର ନେଇଗଲେ ବୋଲି କପିଳ ନିରାଶରେ କହିଛନ୍ତି । ମହିନ୍ଦର ଅମରନାଥ, ଅଂଶୁମାନ ଗାଏକ୍ୱାଡ ଓ ଅନ୍ୟ କେତେକ ଖେଳାଳି ଖରାପ ପ୍ରଦର୍ଶନ ପରେ ଘରୋଇ କ୍ରିକେଟରେ ମନ ଦେଇଥିଲେ । ଭଲ ରନ କରି ପୂନର୍ବାର ଜାତୀୟ ଦଳକୁ ଫେରିଥିଲେ । କୋହଲିଙ୍କୁ ଗୋଟିଏ କିମ୍ବା ୨ଟି ବଡ ଇନିଂସ ଖେଳିଥିଲେ ସବୁ କିଛି ଠିକ ହୋଇଥାନ୍ତା ବୋଲି ସେ କହିଛନ୍ତି ।

Leave A Reply

Your email address will not be published.