ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ମହାନଳାରେ ଘରୋଇ ସ୍କୁଲ ନିକଟରେ କୁକୁର ଆତଙ୍କ । ୬ ବର୍ଷର ଶିଶୁକନ୍ୟାକୁ ଝୁଣିପକେଇଲେ କୁକୁର ପଲ । ସ୍କୁଲ ବାହାରକୁ ପରିଶ୍ରା କରିବାକୁ ଆସିଥିବା ବେଳେ ହଠାତ ୫ରୁ ୬ଟି କୁକୁର ମିଶି ଶିଶୁ କନ୍ୟା ଟିକୁ ଝୁଣି ପକେଇଛନ୍ତି ।
ଏହା ଦେଖି ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଓ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଶିଶୁ କନ୍ୟାଟିକୁ ଉଦ୍ଧାର କରି ନିକଟସ୍ଥ ଆଡପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଆହତ ଛାତ୍ରୀ ଜଣଙ୍କ ହେଉଛନ୍ତି ପାଟପୁର ଗ୍ରାମର ରଞ୍ଜନ ସାହୁଙ୍କ ଝିଅ ଝାନ୍ସି ରାଣୀ ସାହୁ ବୋଲି ଜଣାପଡ଼ିଛି ।