Latest Odisha News

BREAKING NEWS

ପୁଣି ମନ୍ଦିରରୁ ସିରିଜ୍ ଚୋରି;ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍

ଖନ୍ତାପଡ଼ା:ପୁଣି ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର । ଦିନକୁ ଦିନ ଦୁର୍ବୃତ୍ତମାନେ ଲୁଟିବା ପାଇଁ ମନ୍ଦିରଗୁଡ଼ିକୁ ଟାର୍ଗେଟ କରୁଛନ୍ତି । ବାଲେଶ୍ଵର ଜିଲ୍ଲା ପଣପଣା ପଞ୍ଚାୟତ ବେଗୁନିଆ ଗ୍ରାମର ୱାର୍ଡ ନଂ ୫ ରେ ଥିବା ବାବା ମଦନ ଜୀଉ ମନ୍ଦିର ,ମା ମଙ୍ଗଳା ମନ୍ଦିର ,ବରୁଣେଇ ମନ୍ଦିର ,ହରିହାଟ ଘରେ ଥିବା ଠାକୁରଙ୍କ ଆସ୍ଥାନାରୁ ବହୁ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହିତ ରୁପା ଆସବାବପତ୍ର ଲୁଟିନେଇଥିବା ଜଣାପଡିଛି ।

ଏନେଇ ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ପତ୍ରରେ ଉଲ୍ଲେଖ ହୋଇଛି ଯେ ଚୋରି ହୋଇଥିବା ସମସ୍ତ ଅଳଙ୍କାର ଓ ଆସବାପତ୍ରର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ।

ତେବେ ଖନ୍ତାପଡ଼ା ଥାନାର ଏ ଏସ ଆଇ ଅମିତା ଦାସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଧିକ ଯାଞ୍ଚ ପାଇଁ ସାଇଣ୍ଟିଫିକ ଟିମ ସହିତ ଯାଞ୍ଚ ହେବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.