Latest Odisha News

BREAKING NEWS

ପାଠ ପଢ଼ାଇବାକୁ ଡାକି ଝିଆରୀକୁ ଦୁଷ୍କର୍ମ, ମଉସା ଓ ମାଉସୀ ଗିରଫ

ଭୁବନେଶ୍ୱର: ରାଜଧାନୀରେ ୨୪ ବର୍ଷୀୟା ଝିଆରୀକୁ ଦୁଷ୍କର୍ମ ଅଭିଯୋଗରେ ଏକ ଦମ୍ପତିଙ୍କୁ ଗିରଫ କରାଯାଇଛି। ଏହି ଅପରାଧ ନାବାଳିକା ଥିବା ସମୟରେ ଆରମ୍ଭ ହୋଇଥିଲା।

ପୀଡିତାଙ୍କ ଦ୍ୱାରା ଦାୟର ଅଭିଯୋଗ ପରେ ବୁଧବାର ନୟାପଲ୍ଲୀ ପୋଲିସ ଦୁହିଁଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନେ ନୟାପଲ୍ଲୀ ଅଞ୍ଚଳର ନୂଆସାହିର ବାସିନ୍ଦା ଜୟକୃଷ୍ଣ ନାୟକ ଏବଂ ତାଙ୍କ ସ୍ତ୍ରୀ ଫୁଲ ନନ୍ଦିନୀ ନାୟକ। ଅପରାଧକୁ ପ୍ରୋତ୍ସାହନ ଦେବା ଏବଂ ଲୁଚାଇବା ପାଇଁ ତାଙ୍କୁ ହେପାଜତକୁ ନିଆଯାଇଛି।

ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲାର ପୀଡିତା ଉଚ୍ଚଶିକ୍ଷା ପାଇଁ ଭୁବନେଶ୍ୱର ଆସିଥିଲେ। ସେ ତାଙ୍କ ମାଉସୀ ଏବଂ ମାଉସାଙ୍କ ସହିତ ନୟାପଲ୍ଲୀର ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ସେମାନଙ୍କ ସହ ରହୁଥିଲେ।

ପୋଲିସ ଅଧିକାରୀମାନେ କହିଛନ୍ତି ଯେ ମଉସା ପରେ ଝିଅକୁ ବାରମ୍ବାର ଯୌନ ଶୋଷଣ କରିବା ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ କେବଳ ୧୬ ବର୍ଷ ବୟସ ହୋଇଥିଲା। ଯେତେବେଳେ ସେ ତାଙ୍କ ମାଉସୀଙ୍କୁ ଏହି ଘଟଣା ବିଷୟରେ ଜଣାଇଲେ, ଫୁଲାନି ତାଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ନୀରବ ରହିବା ପାଇଁ ବାଧ୍ୟ କରିଥିଲେ।

“ଝିଅଟିର ମାଉସୀ ଏହାକୁ ପ୍ରୋତ୍ସାହିତ କରିବା ସହ ଧମକ ଦେଇ କହିଥିଲେ ଯେ ଯଦି ସେ ଚୁପ୍ ରହିବେ ତେବେ ତାଙ୍କୁ ପାଠପଢ଼ା ଜାରି ରଖିବାକୁ ଅନୁମତି ଦିଆଯିବ। ନ ହେଲେ ଘରୁ ବାହାର କରି ଦେବେ ବୋଲି କହିଥିଲେ। ତେବେ ଏହା ପରେ ମଉସା ନାବାଳିକା ଝିଆରୀ ସହ ବାରମ୍ବାର ବଳାତ୍କାର କରି ଭିଡିଓ ରେକର୍ଡିଂ କରିଥିଲା। ପରେ ଭିଡିଓ ଭାଇରାଲ୍ କରି ବ୍ଲାକ୍ ମେଲିଂ କରିଥିଲେ।

ତେବେ ଗତ କିଛି ମାସ ତଳେ ପରିବାର ଲୋକ ବାହାଘର ଠିକ୍ କରିଥିଲେ । ତେବେ ସବୁ କଥାକୁ ଭୁଲି ଯୁବତୀ ଜଣଙ୍କ ତାଙ୍କ ମାଉସୀଙ୍କୁ ନିମନ୍ତ୍ରଣ ଦେଇଥିଲେ। କିନ୍ତୁ ସଇତାନ ମଉସା ପୁଣି ଥରେ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ, ହେଲେ ଯୁବତୀ ନ ଶୁଣିବାରୁ ସେ ଅଶ୍ଳୀଳ ଫଟୋ ଓ ଭିଡିଓ ଝିଆରୀର ଭାଇ ଓ ଭାବି ସ୍ବାମୀଙ୍କୁ ପଠାଇ ଦେଇଥିଲେ। ପରେ ବାହାଘର ଭାଙ୍ଗି ଯାଇଥିଲା। ଯାହା ଫଳରେ ଯୁବତୀ ଜଣଙ୍କ ନୟାପଲ୍ଲୀ ଥାନାକୁ ଆସି ଘଟଣା ବିଷୟରେ ଆଇଆଇସିଙ୍କୁ ଜଣାଇଥିଲେ। ପୋଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଉଭୟ ମଉସା ଓ ମାଉସୀଙ୍କୁ ଗିରଫ କରିଛି।

 

Leave A Reply

Your email address will not be published.