Latest Odisha News

BREAKING NEWS

ସଞ୍ଜୁଙ୍କୁ ନେଇ ଟିମ ମ୍ୟାନେଜମେଂଟ, ଚୟନ କମିଟି ମଧ୍ୟରେ ମତଭେଦ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରୁ ସଞ୍ଜୁ ସାମସନଙ୍କ ବାଦ ଦିଆଯିବା ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି । ଆୟର୍ଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟା ଚରେ ସେ ଶସ୍ତାରେ ପ୍ୟାଭିଲିୟନ ଫେରି ଯାଇଥିଲେ । ଏହା ପରେ ତାଙ୍କୁ ଦଳରୁ ବାଦ ଦିଆଯାଇଥିଲା । ଟିମ ମ୍ୟାନେଜମେଂଟ ଓ ଚୟନ କମିଟି ମଧ୍ୟରେ ଏ ନେଇ ମତଭେଦ ହୋଇଛି । ଚୟନ କମିଟି ମୂଖ୍ୟ ଅଜିତ ଅଗରକର କହିଛନ୍ତି ସଞ୍ଜୁ ବାଦ ପଡିବା କାରଣ ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଥିଲା । ତେବେ ଏହା ସତ୍ୟ ସଞ୍ଜୁଙ୍କୁ ନେଇ ଭାରତୀୟ କ୍ରିକେଟ ଦୁଇ ଭାଗ ହୋଇଛି ।

ଶ୍ରେୟାଶ ଆୟାରଙ୍କ ନେତୃତ୍ୱରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଏହା ଏହି ବିବାଦୀୟ ଆହୁରି ତୀବ୍ର କରିଛି । ବିସିସିଆଇ ଇଂଲଣ୍ଡ ବିପକ୍ଷ ସିରିଜ ଉପରେ ତୀକ୍ଷଣ ନଜର ରଖିଛି । ଏହି ସିରିଜ ପରେ କିଛି ଗୋଟେ ବଡ ପଦକ୍ଷେପ ନେବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଫର୍ମ ଏବଂ ଫିଟନେସକୁ ଗୁରୁତ୍ୱ ଦିଆଯାଉଛି ବୋଲି ଅଗରକର ସ୍ପଷ୍ଟ କହିଛନ୍ତି । ସୂର୍ଯ୍ୟକୁମାର ଯାଦବ ଓ ସଞ୍ଜୁଙ୍କ ଯୋଗୁ ଚୟନ କମିଟି ମୂଖ୍ୟ ଏବଂ କୋଚଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଛି । ବିସିସିଆଇର ଆଗାମୀ ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.