ବାଲେଶ୍ୱର: ରାତି ଅଧରେ ଧାରଣାରେ ବସିଲେ ଶତାଧିକ ନର୍ସିଂ ଛାତ୍ରଛାତ୍ରୀ। ବାଲେଶ୍ବର ଫକୀର ମୋହନ ବିଶ୍ବବିଦ୍ୟାଳୟ ପରିସରରେ ଉତ୍ତଜେନା ପରିସ୍ଥିତି। ଘରୋଇ ନର୍ସିଂ କଲେଜର ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ। ପରୀକ୍ଷା ବିଳମ୍ବକୁ ନେଇ ଆନ୍ଦୋଳନ କରୁଥିବା ବେଳେ ହେଲା ମାରପିଟ୍।
ବିଶ୍ୱବିଦ୍ୟାଳୟର କିଛି ଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଉତ୍ତେଜନା ଭିତରେ ଚେତାଶୂନ୍ୟ ହେଲେ କୁଳପତି। ୭ମ ଓ ୮ମ ସେମିଷ୍ଟର ବିଶ୍ୱବିଦ୍ୟାଳୟ କରୁନଥିବାରୁ ଧାରଣା ଦେଇଥିଲେ ଛାତ୍ରଛାତ୍ରୀ। ରାତିରେ କୁଳପତିଙ୍କ ସହ ଆଲୋଚନା ବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।
୧୨ ଘଣ୍ଟା ପରେ ଘଟଣାସ୍ଥଳରେ ପରୀକ୍ଷା କଣ୍ଟ୍ରୋଲର ଓ କୁଳପତି ପହଞ୍ଚିବା ପରେ ମଧ୍ୟ ବାହାରିଲାନି ନିସ୍କର୍ସ । କୁଳପତି, ନର୍ସିଂ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଯୁକ୍ତି ତର୍କ । ସେ କିଛି କହିପାରିବେନି, ଗେଟ୍ ବାହାରକୁ ବାହାରନ୍ତୁ କଲେଜ ସହ ମୋର କଥାବାର୍ତ୍ତା ବୋଲି କହିଲେ କୁଳପତି । ୪ ବର୍ଷର କୋର୍ସ ହେଲେ ବିତିଲାଣି ୬ ବର୍ଷ ସରୁନି ପରୀକ୍ଷା ପାସ୍ ହୋଇପାରୁନାହାନ୍ତି ଛାତ୍ରଛାତ୍ରୀ ।
ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବାଲେଶ୍ଵର ଜିଲ୍ଲାର ୯ଟି ବିଏସସି ନର୍ସିଂ କଲେଜର ୩ଶହ ବିଦ୍ୟାର୍ଥୀ ୧୨ ଘଣ୍ଟାରୁ ଅଧିକ ସମୟ ଖରା ବର୍ଷାରେ ଧାରଣାରେ ବସିଥିଲେ । ଜିଲ୍ଲାର ବିଭିନ୍ନ କଲେଜରେ ୨୦୨୧-୨୨ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେମାନେ କେତେକ ସେମିଷ୍ଟାର ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ଏହାଛଡ଼ା, ଆଗାମୀ ଦିନରେ ହେବାକୁ ଥିବା ଓଏସଏସଏସସି ପରୀକ୍ଷା ପାଇଁ ଆବେଦନ ଶେଷ ହେଉଥିବାରୁ ବିଦ୍ୟାର୍ଥୀମାନେ ଏହା ପୂର୍ବରୁ ବ୍ୟାକ ପେପର ସହ ସମସ୍ତ ସେମିଷ୍ଟର ପରୀକ୍ଷା ହେବା ସହ ରେଜିଷ୍ଟ୍ରେସନ ନମ୍ବର ଦେବାକୁ ଦାବି କରିଛନ୍ତି ।