Latest Odisha News

BREAKING NEWS

ଜୁଲାଇ ୧୩ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଭୁବନେଶ୍ବର: ଆସନ୍ତା ସୋମବାର ଅର୍ଥାତ୍ ଜୁଲାଇ ୧୩ରେ ମୁଖ୍ୟମନ୍ତ୍ରୀଙ୍କ “ଜନ ଅଭିଯୋଗ ଶୁଣାଣି” କାର୍ଯ୍ୟକ୍ରମ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ କାର୍ଯ୍ୟ ରହିଥିବାରୁ ଆସନ୍ତା ସୋମବାର ଦିନ ‘ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ।

ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ। ଏ ସମ୍ପର୍କରେ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଥାଉକି, ଜନଶୁଣାଣି ଓ୍ବେବ୍‌ସାଇଟ https://janasunani.odisha.gov.in/ କିମ୍ବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ପଞ୍ଜୀକରଣ କରାଯାଏ ।ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନେ ସିଧାସଳଖ ନିଜର ଅଭିଯୋଗ ଜଣାଇବା ସହ ରାଜ୍ୟ ସରକାରଙ୍କଠାରୁ ଏହାର ତ୍ୱରିତ ସମାଧାନ ଆଶା କରିଥାନ୍ତି।

Leave A Reply

Your email address will not be published.