Latest Odisha News

BREAKING NEWS

ମଦ୍ୟପାନକୁ ନେଇ କଠୋର ହେଲା ଏହି ବୋର୍ଡ, ଖେଳାଳିମାନଙ୍କ ପାଇଁ ଲାଗୁ କଲା ଏହି ନିୟମ

ଲଣ୍ଡନ: ନିକଟରେ ଇଂଲଣ୍ଡ କ୍ରିକେଟ ଟିମର ଖେଳାଳିଙ୍କୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ବାରମ୍ବାର ଏହି ଭଳି ଘଟଣା ଘଟିବାରୁ ଇସିବି ଖେଳାଳିମାନଙ୍କ କେତେକ କଠୋର ନିୟମ ଲାଗୁ କରିଛି । ମ୍ୟାଚର ଦିନକ ପୂର୍ବରୁ ମ୍ୟାଚ ଶେଷ ପର୍ଯ୍ୟନ୍ତ କୌଣସି ଖେଳାଳି ମଦ ପିଇ ପାରିବେ ନାହିଁ । ମ୍ୟାଚ ଏବଂ ସିରିଜ ଅବସରରେ ସର୍ବସାଧାରଣ ସ୍ଥାନରେ ମଦ ପିଇବା ସମ୍ପୂର୍ଣ୍ଣ ଭାବେ ବ୍ୟାନ । ଘରୋଇ ସିରିଜ ଓ ବିଦେଶ ଗସ୍ତରେ ରାତି ୧୨ ପରେ ସମ୍ପୂର୍ଣ୍ଣ କର୍ଫ୍ୟୁ । ଖେଳାଳି ଟିମ ମ୍ୟାନେଜମେଂଟଙ୍କୁ ନ ଜଣାଇ ରାତି ୧୦ଟା ପରେ ବାହାରେ ରହିପାରିବେ ନାହିଁ । ସର୍ବସାଧାରଣ ସ୍ଥାନରେ ନିଶାଗ୍ରସ୍ତ ଅବସରରେ ରହିପାରିବେ ନାହିଁ ।

ସେହିପରି ସୋସିଆଲ ମିଡିଆରେ ମଦକୁ ନେଇ କୌଣସି ପୋଷ୍ଟ କରିପାରିବେ ନାହିଁ । ଏହି ସମସ୍ତ ନିୟମକୁ ଯିଏ ଉଲ୍ଲଂଘନ କରିବ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିକଟରେ ବେନ ଷ୍ଟୋକ୍ସ, ହ୍ୟାରୀ ବ୍ରୁକ, ଗସ ଆଟିକସନ ଓ ବେନ ଡକେଟ ମଦ୍ୟପାନ କରି ଇସିବିକୁ ହରଡଘଣାରେ ପକାଇଛନ୍ତି । ଇଂଲଣ୍ଡ ଟିମ ଏବେ ଭାରତ ବିପକ୍ଷରେ ଟି୨୦ ସିରିଜ ଖେଳୁଛି । ୪ର୍ଥ ଟି୨୦ରେ ଇଂଲଣ୍ଡ ୩-୦ର ଅଗ୍ରଣୀ ହାସଲ କରି ଆଗୁଆ ସିରିଜ ଜିତି ନେଇ ଛି । ଅନ୍ତିମ ମ୍ୟାଚ ୧୧ ଜୁଲାଇରେ ସାଉଥାମ୍ପଟନରେ ଖେଳାଯିବ ।

Leave A Reply

Your email address will not be published.