ଭୁବନେଶ୍ବର: ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପଡି ୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ବରଗଡ଼ ଥାନା ଅଧୀନ ବିଜେବି ନଗର ଅଞ୍ଚଳରେ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ରମିକମାନେ କାମ କରୁଥିଲେ । ଏହି ସମୟରେ ଅଘଟଣ ଘଟିଥିଲା । ଉଭୟଙ୍କ ପରିଚୟ ମିଳିପାରି ନାହିଁ ।
ଟାଙ୍କି ନିକଟରେ କାମ କରୁଥିବା ବେଳେ ଦୁଇ ଶ୍ରମିକ ଟାଙ୍କି ଭିତରେ ପଡି ଯାଇଥିଲେ । ସ୍ଥାନୀୟ ଲୋକେ ଓ ଉଦ୍ଧାରକାରୀ ଦଳ ସେମାନଙ୍କୁ ବାହାର କରିଥିଲେ ମଧ୍ୟ ସେତେବେଳକୁ ଉଭୟଙ୍କର ମୃତ୍ୟୁ ଘଟିଥିଲା ।
ଘଟଣା ପରେ ପୋଲିସ ମୃତଦେହ ଜବତ କରିଛି । ମୃତ ଶ୍ରମିକଙ୍କ ପରିଚୟ ମିଳିନଥିବାବେଳେ, ପରିଚୟ ଜାଣିବା ସହ ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରଖିଛି ପୋଲିସ ।