Latest Odisha News

BREAKING NEWS

ଗୋ ମୂତ୍ର ପିଆଇଲେ, କଳା ଯାଦୁ କଲେ; ନେତାଙ୍କ ବିରୋଧରେ ବୋହୂ ଆଣିଲେ ସଙ୍ଗୀନ ଅଭିଯୋଗ

ମୁମ୍ବାଇ: ମହାରାଷ୍ଟ୍ରରେ ବରିଷ୍ଠ ଶିବସେନା (UBT) ନେତା ତଥା ପୂର୍ବତନ ସାଂସଦ ବିନାୟକ ରାଉତଙ୍କ ବୋହୂ ତାଙ୍କ ପୁଅ ଏବଂ କାଉନସିଲର ଗୀତେଶ ରାଉତ ଏବଂ ତାଙ୍କ ପୁରା ପରିବାର ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି।

ଥାନେର କପୁରବାୱାଡି ପୋଲିସ ଷ୍ଟେସନରେ ଅନ୍ଧବିଶ୍ୱାସ ବିରୋଧୀ ଆଇନ ଅନୁଯାୟୀ ଏହି ମାମଲା ରୁଜୁ ହୋଇଛି। ପୂର୍ବତନ ସାଂସଦ ବିନାୟକ ରାଉତଙ୍କ ବୋହୂ ଗିରିଜା ରାଉତ ଥାନେର କପୁରବାୱାଡି ପୋଲିସ ଷ୍ଟେସନରେ ଏହି ଅଭିଯୋଗ ଦାଖଲ କରିଛନ୍ତି। ତାଙ୍କ ଅଭିଯୋଗରେ ଗିରିଜା ରାଉତ ଘରୋଇ ହିଂସା ଏବଂ କଳା ଯାଦୁବିଦ୍ୟା ବିରୋଧୀ ଆଇନ ଜନିତ ଅଭିଯୋଗ କରିଛନ୍ତି।

ବିନାୟକ ରାଉତଙ୍କ ବୋହୂ ଗିରିଜା ରାଉତ ତାଙ୍କ ଶ୍ୱଶୁରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି ପରିବାର ତାଙ୍କୁ ତନ୍ତ୍ର ମନ୍ତ୍ର ନାମରେ ଗୋମୁତ୍ର ପିଇବାକୁ ବାଧ୍ୟ କରିଥିଲେ ଏବଂ ତାଙ୍କ କେଶ ଟାଣି ତାଙ୍କ ଉପରେ କଳା ଯାଦୁବିଦ୍ୟା କରିଥିଲେ। ଅଭିଯୋଗରେ ଫିରୋଜ ବାବା ଏବଂ କାଜୀ ବାବାଙ୍କ ସହିତ ଶ୍ୱଶୁର ଘର ବିରୁଦ୍ଧରେ ମଧ୍ୟ ମାମଲା କରିଛନ୍ତି।

ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କାପୁରବାଡ଼ି ପୋଲିସ ପୂର୍ବତନ ସାଂସଦ ବିନାୟକ ରାଉତ, ତାଙ୍କ ପୁଅ ଗୀତେଶ ରାଉତ ଏବଂ ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଏବଂ ମହାରାଷ୍ଟ୍ର କଳାଯାଦୁ ନିରୋଧୀ ଆଇନର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରିଛି।

Leave A Reply

Your email address will not be published.