Latest Odisha News

BREAKING NEWS

ତାମିଲନାଡ଼ୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମରଶରୀର ଆଣିବା ପାଇଁ ପ୍ରଶାସନର ସହାୟତା ଲୋଡିଲେ…

ଭୁବନେଶ୍ବର:ତାମିଲନାଡ଼ୁରେ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ବୌଦ୍ଧ ଥାନା ବିଜାପଦର ଗ୍ରାମର ଟୁନା ମହାନନ୍ଦିଆ (୫୬)ଙ୍କ ଆଜି ପ୍ରାୟ ୧୦ଟାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା।  ମୃତ ଶ୍ରମିକଙ୍କ ପରିବାର ଅତି ଗରିବ । ତେଣୁ ତାଙ୍କ ମରଶରୀର ଘରକୁ ଆଣିବାରେ ସମସ୍ୟା ଉପୁଜୁଛି । ତାଙ୍କର ମ଼ତଦେହକୁ ଘରକୁ ଆଣିବାରେ ସହାୟତା କରିବାକୁ ମୃତ ଶ୍ରମିକଙ୍କ ପରିବାର ପକ୍ଷରୁ ପ୍ରଶାସନକୁ ଅନୁରୋଧ କରାଯାଇଛି।

ସୂଚନାନୁସାରେ, ଟୁନା ଚଳିତ ବର୍ଷ ମାର୍ଚ୍ଚ ମାସରୁ ତାମିଲନାଡ଼ୁ ରାଜ୍ୟର ତିର୍ଚି ଜିଲ୍ଲା ମଙ୍ଗାଟପା ଗାଁରେ ଏକ ସୂତାକଳରେ କାମ କରୁଥିଲେ। ଆଜି ୭ଟା ବେଳେ ସେ କାରଖାନାରେ କାମକରୁଥିବା ବେଳେ ହଠାତ୍‌ ଅଚେତ ହୋଇଯାଇଥିଲେ । ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ମୃତ ଶ୍ରମିକଙ୍କ ପରିବାର ଓ ଜିଲ୍ଲା ପାଣ ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଘଟଣାରେ ପ୍ରତିକ୍ରିୟା ରଖି ପ୍ରଶାସନକୁ ସହାୟତା ନିମନ୍ତେ ନିବେଦନ କରାଯାଇଛି।

Leave A Reply

Your email address will not be published.