Latest Odisha News

BREAKING NEWS

କାକଦ୍ବୀପ ନିକଟରୁ ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର

ଜଳେଶ୍ୱର: ନିଖୋଜ ହୋଇଯାଇଥିବା ଟ୍ରଲର୍‌ଟି କାକଦ୍ବୀପ ନିକଟରୁ ଉଦ୍ଧାର ହୋଇଛି। ଏଥିସହିତ ୯ ମତ୍ସ୍ୟଜୀବୀଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି।

ସୂଚନାନୁଯାୟୀ, ଦୀଘା ଶଙ୍କରପୁର ଜେଟିରୁ ମାଛ ମାରିବାକୁ ଯାଇଥିଲେ ୧୫ ମତ୍ସ୍ୟଜୀବୀ। ପଶ୍ଚିମବଙ୍ଗର ଦୀଘାଠାରୁ ପ୍ରାୟ ଶହେ କିମି ଦୂର ବଙ୍ଗୋପସାଗର ମଧ୍ୟରେ ଥିବା କାକଦ୍ବୀପ ବକଖାଲିଠାରୁ ୧୬ କିମି ଦୂର ରକ୍ତେଶ୍ବରୀ ବାଲିଚଢ଼ ପାଖରେ ଏହି ଟ୍ରଲର୍‌ଟି ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି ।

ରକ୍ତେଶ୍ବରୀ ବାଲିଚଢ ନିକଟରେ ଟ୍ରଲର୍‌ଟି ଓଲଟି ପଡ଼ିଥିବା ସୂଚନା ମିଳିବା ପରେ ତଟ ସୁରକ୍ଷା ବାହିନୀ, ନୈବାହିନୀ, ଏସ୍‌ଟିଆର୍‌ ଓ ପଶ୍ଚିମବଙ୍ଗ ଗୋବର୍ଦ୍ଧନପୁରର ସୀତାରାମ ଅଞ୍ଚଳର କିଛି ଅଭିଜ୍ଞ ମତ୍ସ୍ୟଜୀବୀଙ୍କୁ ନେଇ ଗଠିତ ଟିମ୍‌ ଘଟଣାସ୍ଥଳକୁ ଯାଇଥିଲେ । ଘଟଣାସ୍ଥଳରେ ସେମାନେ ସ୍ଥିତି ପରଖିବା ସହ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରିଥିଲେ।

ଅପରପକ୍ଷରେ ଆଉ ୬ ଜଣ ମତ୍ସ୍ୟଜୀବୀ ଏବେବି ନିଖୋଜ ଥିବା କୁହାଯାଉଛି।

 

Leave A Reply

Your email address will not be published.