Latest Odisha News

BREAKING NEWS

ଗଜପତି ଜିଲ୍ଲା ଓ ସେସନ୍‌ସ କୋର୍ଟକୁ ଇ-ମେଲ୍ ଯୋଗେ ବୋମା ଧମକ, ବଢିଲା ସୁରକ୍ଷା ବ୍ୟବସ୍ଥା

ପାରଳାଖେମୁଣ୍ଡି: ଗତ କିଛି ମାସ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା କୋର୍ଟ ଗୁଡିକୁ ବୋମାରେ ଉଡାଇ ଦେବାକୁ ଧମକ ମିଳୁଛି । ଏହି କ୍ରମରେ ଆଜି ମଧ୍ୟ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ଥିବା ଜିଲ୍ଲା ଓ ସେସନ୍ସ କୋର୍ଟକୁ ଇମେଲ୍‌ ଯୋଗେ ବୋମା ଧମକ ମିଳିଛି । ଘଟଣା ପରେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ପୋଲିସ, ବୋମା ସ୍କ୍ବାଡ୍‌ ପକ୍ଷରୁ କୋର୍ଟ ପରିସରକୁ ତନ୍ନତନ୍ନ କରି ଯାଞ୍ଚ କରାଯାଇଛି ।

ଆଜି ୭ଟା ୫୮ ସମୟରେ ରେଜିଷ୍ଟାର୍‌ଙ୍କ ନିକଟକୁ ଏକ ଇମେଲ୍‌ଆସିଥିଲା। ଇମେଲ୍‌ର ପ୍ରେରକ ନିଜକୁ ଦାଉଦୀ ଶଙ୍କର ଜୀବାଲ୍‌, ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ ବୋଲି ଦର୍ଶାଇଛି । ସବ୍‌ଜେକ୍ଟ ସ୍ଥାନରେ, ‘ଅପରାହ୍‌ଣ ୨ଟ‌ାରେ କୋର୍ଟ/ଜଜ୍‌ ଚାମ୍ବରରେ ୨୩ଟି ସାୟାଇଣ୍ଡ ଗ୍ୟାସ୍‌ ବୋମା ଫୁଟାଇବାକୁ …ପୟଗମ୍ବର ମହମ୍ମଦଙ୍କୁ ଅପମାନ କରିଛନ୍ତି।’ ବୋଲି ଉଲ୍ଲେଖ କରିଛି ।

ଏହି ମେଲ୍‌ରେ ଧମକ ଦିଆଯାଇଛି ଯେ, ଅପରାହ୍ନ ୧ଟା ୧୫ରେ କୋର୍ଟ ପରିସରରେ ବିସ୍ଫୋରଣ ହେବ । ‘ନକ୍ସଲବାଦୀ ଗୋଷ୍ଠୀମାନେ ଡ୍ରଗ୍ସ ଟଙ୍କା ପାଣ୍ଠିରେ ମିଳୁଥିବା ଚଳଚ୍ଚିତ୍ର କିପରି ପ୍ରଦର୍ଶିତ କରିବେ ତାହା ଜାଣି ନଥିଲେ, ତେଣୁ ସେମାନେ ଆଜି ଆପଣଙ୍କ କୋର୍ଟକୁ ଟାର୍ଗେଟ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅପରାହ୍ନ ୧ଟା ୧୫ ପୂର୍ବରୁ ଯଥା ଶୀଘ୍ର ଜନସାଧାରଣଙ୍କୁ ରକ୍ଷା କରନ୍ତୁ ।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟରେ ଏକାଧିକ କୋର୍ଟକୁ ବେମାଧମକ ମିଳିଥିଲା । ସମ୍ବଲପୁର, ଅନୁଗୁଳ ସମେତ ବହୁ କୋର୍ଟକୁ ବୋମା ଧମକ ମିଳିଥିଲା ।

Leave A Reply

Your email address will not be published.