Latest Odisha News

BREAKING NEWS

ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ନେତୃତ୍ୱ ନେବେ ମୀରାବାଈ, ଲଭଲୀନା

ନୂଆଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା ମୀରାବାଈ ଚାନୁ ଓ ଲଭଲୀନା ବୋରଗୋହେନ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ନେତୃତ୍ୱ ନେବେ । ଉଭୟଙ୍କୁ ଭାରତର ଧ୍ୱଜବାହକ ଭାବେ ଚୟନ କରାଯାଇଛି । ଜୁଲାଇ ୨୩ରେ ଦୁଇ ସିନିୟର ଆଥଲେଟ ଉଦଘାଟନୀ ଉତ୍ସବରେ ୧୨୬ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳର ନେତୃତ୍ୱ ନେବେ । ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ପିଟି ଉଷା ଶନିବାର ଏ ସମ୍ପର୍କରେ ବିଧିବଦ୍ଧ ସୂଚନା ଦେଇଛନ୍ତି । ଏହି ଦୁଇ ଆଥଲେଟ ପ୍ରଦର୍ଶନ ମାଧ୍ୟମରେ ଭାରତର ନାମ ବଢ଼ାଇବେ ବୋଲି ଉଷା ଦୃଢ଼ତା ସହକାରେ କହିଛନ୍ତି ।

ପ୍ରଥମ ଥର ପାଇଁ ୨ ମହିଳା ଖେଳାଳି ଭାରତର ଧ୍ୱଜବାହକ ହେବାକୁ ଯାଉଛନ୍ତି । ୱେଟଲିଫ୍ଟର ମୀରବାଈ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଇତିହାସ ରଚିଥିଲେ । ସେ ବିଶ୍ୱ ଚାମ୍ପିୟନଶିପରେ ମଧ୍ୟ ଅନେକ ପଦକ ଜିତିଛନ୍ତି । ସେହିପରି ବକ୍ସର ଲଭଲୀନା ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଥିଲେ । ୨୦୨୩ ବିଶ୍ୱ ଚାମ୍ପିୟନଶିପରେ ସ୍ୱର୍ଣ୍ଣ, ୨୦୨୩ ଏସିଆନ ଗେମ୍ସରେ ରୌପ୍ୟ ପଦକ ଜିତିଥିଲେ ।

Leave A Reply

Your email address will not be published.