Latest Odisha News

BREAKING NEWS

ସିକ୍କିମରେ ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ି ୭ ମୃତ, ଅନେକ ଫସି ରହିଛନ୍ତି…

ଗ୍ୟାଙ୍ଗଟକ୍: ସିକ୍କିମର ନାମଚି ଜିଲ୍ଲାର ଝୋଲୁଙ୍ଗେ ସମରଡୁଙ୍ଗ ନିକଟରେ ନିର୍ମାଣାଧୀନ ଏକ ଟନେଲ ଭୁଶୁଡ଼ି ପଡ଼ିଛି। ଫଳରେ ଫସି ରହିଥିବା ଆଠ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଯେତେବେଳେ କି ଅନ୍ୟ ୧୯ ଜଣଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି।

ତିସ୍ତା ଷ୍ଟେଜ୍-୬ ଜଳବିଦ୍ୟୁତ୍ ପ୍ରକଳ୍ପ ଅଧୀନରେ ପଟେଲ ଇଞ୍ଜିନିୟରିଂ ଦ୍ୱାରା ଏହି ଟନେଲ ନିର୍ମାଣ କରାଯାଉଛି। ସରକାରୀ ସୂଚନା ଅନୁଯାୟୀ, ଆଠ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସୂଚନା ଏବଂ ଲୋକସମ୍ପର୍କ ବିଭାଗ ଏକ ବିବୃତ୍ତିରେ କହିଛି ଯେ ମୃତକଙ୍କ ମୃତଦେହକୁ ଗ୍ୟାଙ୍ଗଟକର ସିଙ୍ଗଟମ୍ ଜିଲ୍ଲା ହସ୍ପିଟାଲ (STNM) ଏବଂ ନାମଚି ଜିଲ୍ଲା ହସ୍ପିଟାଲକୁ ନିଆଯାଇଛି। ନାମଚି ଜିଲ୍ଲା ପ୍ରଶାସନ, ଅଧିକାରୀ, SDRF, NDRF, ସିକିମ୍ ପୋଲିସ, ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା, ସ୍ୱାସ୍ଥ୍ୟ ବିଭାଗ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ବିଭାଗ ସହିତ ମିଳିତ ଭାବରେ ଉଦ୍ଧାର କାର୍ଯ୍ୟ ଚଳାଇଛି। SSDMA ପରିସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ଆବଶ୍ୟକ ହେଲେ ଅଧିକ ସୂଚନା ପ୍ରଦାନ କରିବ।

ପ୍ରଶାସନ ଏପର୍ଯ୍ୟନ୍ତ ଭୂସ୍ଖଳନର ସଠିକ୍ କାରଣ ନିର୍ଣ୍ଣୟ କରିନାହିଁ। ଜିଲ୍ଲାପାଳ କହିଛନ୍ତି ଯେ କିଛି ଶ୍ରମିକ ଭିତରୁ ଏକ ଜୋରରେ ବିସ୍ଫୋରଣ ପରି ଶବ୍ଦ ଶୁଣିବା ପରେ ତୁରନ୍ତ ବାହାରକୁ ପଳାଇ ଯାଇଥିଲେ। ତଥାପି ଆହୁରି ଅନେକ ଶ୍ରମିକ ଏବେ ବି ଭିତରେ ଫସି ରହିଛନ୍ତି।

Leave A Reply

Your email address will not be published.