Kanakmundi Chandua:ଆରମ୍ଭ ହେଲା ମହାପ୍ରଭୁଙ୍କ କନକମୁଣ୍ଡି ଚାନ୍ଦୁଆ କାମ; ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମସ୍ତକ ଉପରେ ପାଇବ ଶୋଭା
ପୁରୀ:ଆରମ୍ଭ ହେଲା ମହାପ୍ରଭୁଙ୍କ କନକମୁଣ୍ଡି ଚାନ୍ଦୁଆ କାମ । କନକମୁଣ୍ଡି ଚାନ୍ଦୁଆ ରତ୍ନସିଂହାସନ ଉପରେ ଲାଗିବ ।ନୀଳାଦ୍ରି ବିଜେ ଦିନ ଚତୁର୍ଦ୍ଧାମୂର୍ତ୍ତି ରତ୍ନସିଂହାସନରେ ବିଜେ ହେବେ । ସେହିଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମସ୍ତକ ଉପରେ ଶୋଭା ପାଇବ କନକମୁଣ୍ଡି ଚାନ୍ଦୁଆ ।
ବାସେଳି ସାହି ବଡ଼ଓଡ଼ିଆ ମଠ ପରିସରରେ ପ୍ରମୁଖ ମହାପ୍ରଭୁଙ୍କ ଦର୍ଜୀ ସେବକ ପ୍ରକାଶ ମହାପାତ୍ର ଓ ତାଙ୍କ ପୁଅ ଆୟୁଷ ମହାପାତ୍ର ଚାନ୍ଦୁଆ ଅନୁକୂଳ କରିଛନ୍ତି । ହେରାପଞ୍ଚମୀରୁ ଏହି ଚାନ୍ଦୁଆ କାମ ଅନୁକୂଳ ହୋଇଥାଏ।
କନକମୁଣ୍ଡି ଚାନ୍ଦୁଆ ନିର୍ମାଣର ଅନେକ ବିଶେଷତ୍ୱ ରହିଛି । ମୁଖ୍ୟତଃ ପଞ୍ଚବର୍ଣ୍ଣି ରଙ୍ଗରେ ପ୍ରସ୍ତୁତ ହେବ ଏହି ଚାନ୍ଦୁଆ । ଶ୍ରୀଜଗନ୍ନାଥଙ୍କ ମସ୍ତକ ଉପରେ ହଳଦିଆ ରଙ୍ଗ, ଦେବୀ ସୁଭଦ୍ରାଙ୍କ ମସ୍ତକ ଉପରେ ନାଲି ରଙ୍ଗ ଓ ଶ୍ରୀବଳଭଦ୍ରଙ୍କ ମସ୍ତକ ଉପରେ ରହିବ ସବୁଜ କପଡ଼ା ଚଉକ । ଧଳାପଟି, ହଳଦିଆ ପଟି, ଖଣ୍ଡୁଆଳି ପଟି, ସବୁଜ ପଟି, ମୋଡ଼ା ପଟି, ନାଲି ପଟି, କଳା ରଙ୍ଗ ପଟି ପରକୁ ପର ରହି ଚାନ୍ଦୁଆ ତିଆରି ହୁଏ । ସିଲ୍କ ଓ କଟନ୍ କନାରେ ଚାନ୍ଦୁଆ ପ୍ରସ୍ତୁତ ହୁଏ । ଏହି ସେବା କରିଥାନ୍ତି ବଡ଼ଓଡ଼ିଆ ମଠ ।