Latest Odisha News

BREAKING NEWS

ଆସନ୍ତୁ ଜାଣିବା କିଏ ହେବେ ଇଂଲଣ୍ଡର ନୂଆ କୋଚ: ପଛରେ ପଡିଲେ ଡ୍ରାଭିଡ, ଶାସ୍ତ୍ରୀ

ନୂଆଦିଲ୍ଲୀ: ବ୍ରେଣ୍ଡନ ମ୍ୟାକକୁଲାମଙ୍କ ଇଂଲଣ୍ଡ କ୍ରିକେଟ ଟିମ ଟେଷ୍ଟ କୋଚ ପଦରୁ ହଟେଇ ଦେଇଛି । ଏହା ପରେ ଇସିବି ନୂଆ କୋଚ ସନ୍ଧାନରେ ରହିଥିଲା । ରିପୋର୍ଟ ମୁତାବକ ଇଂଲଣ୍ଡ କ୍ରିକେଟ ବୋର୍ଡ ଏବେ ପ୍ରାୟତଃ ନୂଆ କୋଚ ଚୟନ କରିସାରିଛି । କେବଳ ବିଧିବଦ୍ଧ ଘୋଷଣା ବାକି ରହିଛି । ଭାରତର ରାହୁଲ ଡ୍ରାଭିଡ ଓ ରବି ଶାସ୍ତ୍ରୀ ମଧ୍ୟ କୋଚ ଦୌଡରେ ରହିଥିଲେ । ସେମାନେ ଏବେ ଏହି ଦୌଡରୁ ପ୍ରାୟତଃ ବାଦ ପଡିଛନ୍ତି । ଜଷ୍ଟିନ ଲାଙ୍ଗରଙ୍କୁ ଇସିବି କୋଚ କରିବା ପାଇଁ ପ୍ରାୟତଃ ଚୂଡାନ୍ତ କରିଛି । ଲାଙ୍ଗର ଏବେ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସର କୋଚ ଅଛନ୍ତି । ତାଙ୍କୁ ଏହି ପଦ ଛାଡିବାକୁ ପଡିବ ।

ଖୁବ ଶୀଘ୍ର ଲାଙ୍ଗର ଓ ଇସିବି ମଧ୍ୟରେ ବୈଠକ ଆୟୋଜିତ ହେବ । ଏହା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ । ପୂର୍ବରୁ ଆଣ୍ଡି ଫ୍ଲାୱାର କୋଚ ଦୌଡରୁ ସ୍ୱତଃ ଓହରି ଯାଇଥିଲେ । ଗତ ମାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ସିରିଜ ହାରିବା ପରେ କୋଚ ମ୍ୟାକକୁଲାମଙ୍କ କାର୍ଯ୍ୟକାଳ ଇସିବି ଶେଷ କରିଥିଲା । ମ୍ୟାକକୁଲାମଙ୍କ ପ୍ରଶିକ୍ଷଣରେ ଇଂଲଣ୍ଡ ୨୭ ଟେଷ୍ଟ ଜିତିଥିବା ବେଳେ ୨୦ରେ ପରାଜିତ ହୋଇଛି । ୨ଟି ଟେଷ୍ଟ ଡ୍ର ରହିଛି । ତାଙ୍କ କାର୍ଯ୍ୟକାଳ ଶେଷ ଭାଗରେ ଇଂଲଣ୍ଡ ୯ ମ୍ୟାଚରୁ ୭ରେ ପରାଜିତ ହୋଇଥିଲା । ଡ୍ରାଭିଡ ଓ ଶାସ୍ତ୍ରୀ କୋଚ ଦୌଡରେ ସାମିଲ ହେବା ନେଇ କୌଣସି ବୟାନ ଦେଇ ନାହାନ୍ତି ।

Leave A Reply

Your email address will not be published.