କନ୍ଧମାଳ: ବିଲ ହୁଡା ପଥର ସନ୍ଧିରୁ ବାହାରୁଛି ଡିଜେଲ । ଲୋକେ ବାଲଟି, ବୋତଲ, ଜାର୍, ମଗ ଧରି ବୋହି ନେଉଛନ୍ତି ଡିଜେଲ୍ । କନ୍ଧମାଳ ଦାରିଙ୍ଗବାଡି ଲଦପଙ୍ଗା ଅଚଂଳରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ । ବିଲ ହୁଡାର ପଥର ସନ୍ଧିରୁ ଡିଜେଲ ଝରୁଥିବା ଦେଖିବାକୁ ମିଳିଛି । ଖବର ପ୍ରସାରିତ ହେବା ପରେ ଡିଜେଲ ସଂଗ୍ରହ କରିବାକୁ ସେଠାରେ ଲୋକଙ୍କ ଭିଡ ଜମିଛି । ତେବେ କିପରି ସେଠାରେ ଡିଜେଲ ବାହାରୁଛି ତାକୁ ନେଇ ସନ୍ଦେହ ଉପୁଜିଛି । ଘଟଣାସ୍ଥଳରେ ପୋଲିସ ପହଂଚି ଲୋକଙ୍କୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛି । ଘଟଣାର ଅନୁସନ୍ଧାନ ପରେ ଜଣାପଡିଛି ଯେ, ଡିଜେଲ ବାହାରୁଥିବା ସ୍ଥାନରୁ ମାତ୍ର ୪ଶହ ମିଟର ଦୂରରେ ରହିଛି ଏକ ପେଟ୍ରୋଲ ପମ୍ପ । ତେଣୁ ଏହି ଟାଙ୍କିରୁ ଲିକ୍ ହୋଇ ଡିଜେଲ ଆସୁଥିବା ଆଶଙ୍କା କରାଯାଉଛି । ସେପଟେ ପେଟ୍ରୋଲ ପମ୍ପ ମାଲିକ କିନ୍ତୁ ଏହି କଥାକୁ ଖଣ୍ଡନ କରିଛନ୍ତି । ଏହାପରେ ପଥର ସନ୍ଧିରୁ ଡିଜେଲ ବାହାରିବାକୁ ନେଇ ରହସ୍ୟ ଆହୁରି ବଢ଼ିଯାଇଛି । ସେପଟେ ମାଗଣା ଡିଜେଲ ପାଇବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି । ଡିଜେଲ ବୋହି ନେବାକୁ ହଜାର ହଜାର ଲୋକେ ରୁଣ୍ଡ ହୋଇଛନ୍ତି ।
BREAKING NEWS
- ଆଜି ଆସିବ ସୁଭଦ୍ରା ଟଙ୍କା: ମେଳ ଖାଇଲାନି ୫ ଲକ୍ଷ ଆକାଉଣ୍ଟ, ଯିବନି ଟଙ୍କା
- ଟୋଲଗେଟ୍କୁ ଧକ୍କା ଦେଲା କଣ୍ଟେନର, ଡ୍ରାଇଭର ଜୀବନ୍ତଦଗ୍ଧ
- ୧୭ତମ ‘ଟାଇମପାସ୍’ ବୁକର ପୁରସ୍କାର ପାଇବେ ସୁଜିତ୍: ବିକାଶଙ୍କୁ ବହିବନ୍ଧୁ ସମ୍ମାନ
- ଜୁଆ ଆଡ୍ଡା ଉପରେ ବଡ଼ ଧରଣର ଚଢଉ: ୮୦ ଗିରଫ
- ସନ୍ତୋଷ ଟ୍ରଫି ଫୁଟବଲ: ଫାଇନାଲ ରାଉଣ୍ଡରେ ଓଡିଶା
- କଟକ ବାଲିଯାତ୍ରାରେ ପୁଣି ଅଘଟଣ: ଷଣ୍ଢ ଆକ୍ରମଣରେ ୨ ଯୁବତୀ ଆହତ
- ଶୋଚନୀୟ ପରାଜୟ ପରେ ଇଭିଏମକୁ ଦୋଷ ଦେଲେ ଉଦ୍ଧବ ଠାକରେ
- ବିସିସିଆଇ,ଆଇସିସି ସହିତ କୌଣସି ବୈଠକର ସୂଚନା ନାହିଁ : ପିସିବି
- ଶ୍ରୀମନ୍ଦିର ରତ୍ନଭଣ୍ଡାର ଜିପିଆର- ଜିପିଏସ୍ ସର୍ଭେ ରିପୋର୍ଟ
- ଅଁଳା ଓ କଞ୍ଚା ହଳଦୀ ସେବନରୁ ମିଳିବ କ୍ୟାନ୍ସରରୁ ମୁକ୍ତି, ପତ୍ନୀଙ୍କ ସୁସ୍ଥ ହେବାର ରହସ୍ଯ କହିଲେ ସିଦ୍ଧୁ
Comments are closed.