Latest Odisha News

BREAKING NEWS

ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ଦି ଓଭାଲରେ ଖେଳାଯିବ, ୧୮ଜୁନରୁ ଆଶେସ ସିରିଜ

ନୂଆଦିଲ୍ଲୀ:କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ଟେଷ୍ଟ ସିରିଜ ଆଶେସ କେବେଠାରୁ ଆରମ୍ଭ ହେବ ତାହା ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି । ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଏହି ୫ ମ୍ୟାଚ ବିଶିଷ୍ଟ ସିରିଜ ୧୮ ଜୁନ ୨୦୨୭ରୁ ଆରମ୍ଭ ହେବ । ଅଗଷ୍ଟ୨ରେ ଏହା ଶେଷ ହେବ । ଟ୍ରେଂଟ ବ୍ରିଜ(୧୮ରୁ ୨୨ଜୁନ) , ଲର୍ଡସ( ୩୦ ଜୁନରୁ ୪ ଜୁଲାଇ), ଏଜବେଷ୍ଟନ(୮ରୁ ୧୨ ଜୁଲାଇ), ୟୁଟିଲିଟା ବାଓଲ( ୨୧ରୁ ୨୫ ଜୁଲାଇ) ଓ ଦି ଓଭାଲ( ୨୯ ଜୁଲାଇରୁ ୨ ଅଗଷ୍ଟ) ମ୍ୟାଚଗୁଡିକ ଖେଳାଯିବ । ୧୨ ବର୍ଷ ପରେ ଟ୍ରେଂଟ ବ୍ରିଜରେ ଆଶେଷ ଟେଷ୍ଟ ଖେଳାଯିବ ।

ଗତ ଆଶେସ ସିରିଜରେ ଅଷ୍ଟ୍ରେଲିଆ ଘରୋଇ ପରିବେଶରେ ଇଂଲଣ୍ଡକୁ ୪-୧ରେ ପରାଜିତ କରିଥିଲା । ୨୪ ଜୁନରୁ ମହିଳା ଆଶେସ ସିରିଜ ଆରମ୍ଭ ହେବ । ଏହି ଅବସରରେ ୨୦୨୭ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ କେଉଁଠାରେ ଖେଳାଯିବ ତାହା ସ୍ଥ୍‌ିର କରାଯାଇଛି । ଲର୍ଡସ ବଦଳରେ ଦି ଓଭାଲରେ ଏହା ଆୟୋଜିତ ହେବ । ଇଂଲଣ୍ଡ ଘୋଷିତ ଘରୋଇ କାର୍ଯ୍ୟସୂଚୀରେ ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଆନ୍ତର୍ଜାତୀୟ ମ୍ୟାଚ ଖେଳିବ ।

Leave A Reply

Your email address will not be published.