Latest Odisha News

BREAKING NEWS

Three Sisters, One Husband: ୩ ଭଉଣୀଙ୍କ ଗୋଟିଏ ସ୍ବାମୀ, ଟ୍ରୋଲ ହେଲା ପରେ କହିଲେ, “ଆମେ ଖୁସି ଅଛୁ…”

ଅମରୋହା: ମିଆଁବିବି ରାଜି ତ କ୍ୟା କରେଗା କାଜି…?

ଗୋଟିଏ ବରକୁ ୩ କନିଆ

କନିଆ ପୁଣି ମା’ ପେଟର ଭଉଣୀ

ଉତ୍ତରପ୍ରଦେଶର ଅମରୋହାରୁ ଆସିଥିବା ଏହି ଅଜବ ବିବାହ କାହାଣୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ପ୍ରଥମେ ଲୋକେ ଏହାକୁ କେବଳ ଏକ ରିଲ୍ ବୋଲି ଭାବୁଥିଲେ। କିନ୍ତୁ ବର ଓ ତିନି କନ୍ୟା କ୍ୟାମେରା ସାମ୍ନାକୁ ଆସି ସ୍ପଷ୍ଟ କରିଛନ୍ତି ଯେ, ଏହି ବିବାହ ସମ୍ପୂର୍ଣ୍ଣ ସତ।

ଅମରୋହା ଜିଲ୍ଲାର ଧୋରିଆ ଗାଁର କୃଷକ ରମେଶଙ୍କ ତିନି ଝିଅ ସରୋଜ, ସାବିତ୍ରୀ ଓ ସନ୍ତୋଷ ଏକାସାଙ୍ଗରେ ବିକାଶ ଓରଫ ବିକ୍କୁ ନାମକ ଜଣେ ଯୁବକଙ୍କୁ ବିବାହ କରିଛନ୍ତି। ଭାଇରାଲ ଭିଡିଓରେ ବିକାଶଙ୍କୁ ତିନି ଭଉଣୀଙ୍କ ମଥାରେ ସିନ୍ଦୂର ପିନ୍ଧାଇବା ଓ ଅଗ୍ନିକୁ ସାକ୍ଷୀ ରଖି ଫେରା ନେଉଥିବା ଦେଖିବାକୁ ମିଳିଛି। ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟିଥିବା ବେଳେ ଅନେକ ଏହାକୁ ନେଇ ଟ୍ରୋଲ ବି କରିଛନ୍ତି ।

ବିବାହକୁ ନେଇ ବଢ଼ୁଥିବା ବିବାଦ ମଧ୍ୟରେ ୩ ଭଉଣୀଙ୍କ ସମେତ ତାଙ୍କ ସ୍ବାମୀ, ଚାରିଜଣ ଯାକ କ୍ୟାମେରା ସାମ୍ନାକୁ ଆସି କହିଛନ୍ତି ଯେ, ସେମାନେ ସମସ୍ତେ ସାବାଳିକା ଏବଂ ନିଜ ଇଚ୍ଛାରେ ଏହି ବିବାହ କରିଛନ୍ତି। ପରିବାରର ମଧ୍ୟ ଏଥିରେ କୌଣସି ଆପତ୍ତି ନାହିଁ। ସେମାନେ ଏକାଠି ଖୁସିରେ ରହୁଛନ୍ତି ବୋଲି ଦାବି କରିବା ସହ ସୋସିଆଲ ମିଡିଆରେ ଟ୍ରୋଲ୍ ନ କରିବାକୁ ଅନୁରୋଧ କରିଛନ୍ତି। ତେବେ ୩ ଭଉଣୀଙ୍କ ମଧ୍ୟରୁ ସବୁଠୁ ବଡ, ୨୦ ବର୍ଷୀୟା ସରୋଜ ବିଟେକ୍ ଛାତ୍ରୀ ହେବା ସହ ଜଣେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର। କିଛି ଦିନ ପୂର୍ବରୁ ତିନି ଭଉଣୀ ଇନ୍‌ଷ୍ଟାଗ୍ରାମ ଓ ଫେସବୁକରେ ଆକାଉଣ୍ଟ ଖୋଲିଥିଲେ। ମାତ୍ର ୨୭ଟି ଭିଡିଓ ପୋଷ୍ଟ କରିବା ପରେ ସେମାନଙ୍କ ଲକ୍ଷାଧିକ ଫଲୋଅର୍ସ ହୋଇଯାଇଛନ୍ତି। ଆଉ ସମସ୍ତେ ସାବାଳିକା ବୋଲି ସ୍ପଷ୍ଟ କରିଛନ୍ତି ।

ତେବେ ଏହି ବିବାହକୁ ନେଇ ବିବାଦ ମଧ୍ୟ କମ୍ ନୁହେଁ। ଭାଇରାଲ ଭିଡିଓଟି ଚାମୁଣ୍ଡା ମନ୍ଦିରରେ ସୁଟିଂ ହୋଇଥିବା କୁହାଯାଉଥିବା ବେଳେ, ମନ୍ଦିର ପକ୍ଷ ଏଭଳି କୌଣସି ବିବାହ ହୋଇନଥିବା ସ୍ପଷ୍ଟ କରିଛି। ଏପରିକି ଭିଡିଓରେ ଜଣେ ବିଜେପି ଚେୟାରମ୍ୟାନଙ୍କ ଉପସ୍ଥିତିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। କିଛି ହିନ୍ଦୁ ସଂଗଠନ ଧାର୍ମିକ ସ୍ଥାନରେ ଏଭଳି ବିବାହକୁ ବିରୋଧ କରୁଥିବା ବେଳେ, ସୋସିଆଲ ମିଡିଆରେ କେହି କେହି ଏହାକୁ ସମର୍ଥନ କରୁଛନ୍ତି । ସେମାନଙ୍କ ଇଚ୍ଛା, ସେମାନଙ୍କୁ ଯଦି ଠିକ୍ ଲାଗୁଛି ତେବେ ଏଥିରେ କାହାର ଆପତ୍ତି ନହେବା ଉଚିତ୍ ବୋଲି ମତ ପ୍ରକାଶ ପାଇଛି । ଅପରପକ୍ଷେ ଅନେକ ଲୋକ ଏହାକୁ ସମାଲୋଚନା କରୁଛନ୍ତି। ଏଭଳି ବିଚାରଧାରା ଏବଂ ଭିଡିଓ ସମାଜ ଉପରେ କୁପ୍ରଭାବ ପକାଇବ ବୋଲି ଦାବି ହୋଇଛି । ତେବେ ଏହି ବିବାହର ଆଇନଗତ ବୈଧତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛଇ ।

Leave A Reply

Your email address will not be published.