ନୂଆଦିଲ୍ଲୀ: କ୍ରମାଗତ ଖରାପ ପ୍ରଦର୍ଶନ ଏବେ ଟିମ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମାଙ୍କୁ ହରଡଘଣାରେ ପକାଇଛି । ତାଙ୍କ ପ୍ରତି ଚୟନ କମିଟି କୋହଳ ମନୋଭାବ ଆପଣାଉଥିବା ରିପୋର୍ଟ ପ୍ରକାଶ ପାଇଛି । ସଞ୍ଜୁ ସାମସନ ୫ଟି ମ୍ୟାଚ ଖରାପ ଖେଳିବା ପରେ ତାଙ୍କୁ ଦଳରୁ ବାହାର କରି ଦିଆଯାଇଥିଲା । ଅଭିଷେକଙ୍କ ବେଳକୁ ଟିମ ମ୍ୟାନେଜମେଂଟ କାହିଁକି ନୀରବ ବୋଲି ହନୁମା ବିହାରୀ କହିଛନ୍ତି । ସଞ୍ଜୁ ବିଫଳ ହେବା ପରେ ତାଙ୍କୁ ଦଳରୁ ବାହାର କରାଗଲା । ସେ ପ୍ରତ୍ୟାବର୍ତନ କଲେ ଏବଂ ପ୍ରଦର୍ଶନ ବଳରେ ଭାରତକୁ ଟି୨୦ ବିଶ୍ୱକପ ଜିତାଇଲେ । ଅଭିଷେକ ଏହି ଟୁର୍ଣ୍ଣାମେଂଟରେ କେତେ ରନ କରିଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଅଭିଷେକ ୮ ମ୍ୟାଚରେ ଗୋଟିଏ ଅର୍ଦ୍ଧଶତକ, ୧୮ରେ ୩ଟି ମାରିଛନ୍ତି । ପ୍ରଦର୍ଶନସ୍ତର ବିଚାରକୁ ନେଲେ ସଞ୍ଜୁ ତାଙ୍କଠାରୁ ବେଶ ଭଲ ଖେଳିଛନ୍ତି । ଅଭିଷେକ ୨୩ ମ୍ୟାଚରେ ୫୧୪ ରନ କରିଛନ୍ତି । ଏଥିରେ ୫ ଅର୍ଦ୍ଧଶତକ ସାମିଲ । ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ଏବେ ତାଙ୍କୁ ଆହୁରି ଅସୁବିଧାରେ ପକାଇଛି । ସେ ଜିମ୍ବାୱେ ବିପକ୍ଷରେ ସେ ମ୍ୟାନ ଅଫ ଦି ସିରିଜ ହୋଇଛନ୍ତି ।