ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଯୁବ ଓପନର ୨୪ ବର୍ଷୀୟ ଯଶସ୍ୱୀ ଜୈସୱାଲଙ୍କ ନାମ ଏବେ ୩୩ ବର୍ଷୀୟା ବଲିଉଡ ଅଭିନେତ୍ରୀ ମୃଣାଳ ଠାକୁରଙ୍କ ସହ ଯୋଡ଼ାଯାଉଛି । ଦୁହିଁଙ୍କ ମଧ୍ୟରେ ଆଫେୟାର ଏବଂ ଡେଟିଂ ଖବର ପଛର ମୁଖ୍ୟ କାରଣ ହେଉଛି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ କ୍ୟାଫେ ବାହାରର ଭିଡିଓ । ଏହି ଭିଡିଓରେ ଗୋଟିଏ କ୍ୟାଫେରୁ ପ୍ରଥମେ ମୃଣାଳ ବାହାରକୁ ଆସୁଛନ୍ତି। ଏହାର କିଛି ସମୟ ପରେ ଯଶସ୍ୱୀ କ୍ୟାଫେରୁ ବାହାରି ନିଜ କାର୍ରେ ବସି ଚାଲିଯାଉଛନ୍ତି। ଯଶସ୍ୱୀ କିମ୍ବା ମୃଣାଳଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ବର୍ତ୍ତମାନ ସୁଦ୍ଧା ଏହା କେବଳ ସୋସିଆଲ ମିଡିଆର ଗୁଜବ ହୋଇ ରହିଛି ।
ପୂର୍ବରୁ ତାଙ୍କ ନାମ ମ୍ୟାଡି ହେମିଲଟନଙ୍କ ସହ ଯୋଡ଼ାଯାଉଥିଲା, ଯାହାଙ୍କୁ ତାଙ୍କର ଗାର୍ଲଫ୍ରେଣ୍ଡ ବୋଲି କୁହାଯାଉଥିଲା। ତେବେ ଯଶସ୍ୱୀ ନିଜର ବ୍ୟକ୍ତିଗତ ଜୀବନକୁ ସବୁବେଳେ ଗଣମାଧ୍ୟମଠାରୁ ଦୂରେଇ ରଖିଛନ୍ତି । ଯଶସ୍ୱୀ ଭାରତ ପାଇଁ ତିନୋଟିଯାକ ଫର୍ମାଟ୍ରେ ଖେଳୁଛନ୍ତି। ସେ ଏପର୍ୟ୍ୟନ୍ତ ୨୯ଟି ଟେଷ୍ଟ, ୬ଟି ଦିନିକିଆ ଏବଂ ୨୩ଟି ଟି୨୦ ମ୍ୟାଚ୍ ଖେଳିସାରିଛନ୍ତି । ଅନ୍ୟପଟେ, ମୃଣାଳ ଠାକୁରଙ୍କ ନାମ ପୂର୍ବରୁ ସାଉଥ୍ ଏବଂ ହିନ୍ଦୀ ସିନେମାର ଲୋକପ୍ରିୟ ଅଭିନେତା ଧନୁଷଙ୍କ ସହ ମଧ୍ୟ ଯୋଡ଼ାଯାଇଥିଲା ।