ଭଦ୍ରକ: ସାଳନ୍ଦୀ ନଦୀରେ ପ୍ରଥମ କରି ପ୍ରବେଶ କରିଛି ବନ୍ୟା ଜଳ । ଗତକାଲିରୁ ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହଦଗଡ଼ ଡ୍ୟାମରେ ଗେଟ ଖୋଲା ଯାଇଥିଲା। ଡ୍ୟାମ ଗେଟ ଖୋଲିବାରୁ ୧୫ କ୍ୟୁସେକ ଜଳ ନଦୀକୁ ଛଡା ଯାଉଥିଲା।
ଏହି ନଦୀର ସ୍ରୋତ ଏତେ ପ୍ରଖର ଥିଲା ରେ ସାଳନ୍ଦୀର ବିଲନା ଲଞ୍ଜା ଠାରେ ନଦୀ ବନ୍ଧ ୬୦ ଫୁଟ ଧସି ଯାଇଛି। ଫଳରେ ବନ୍ୟା ଜଳ ଚାଷ ଜମି ଆଡ଼କୁ ମାଡୁଛି । ସାଳନ୍ଦୀର ପ୍ରଥମ ବନ୍ୟା ଜଳ ଚାଷୀର ବ୍ୟାପକ ଅଞ୍ଚଳ ଜଳ ମଗ୍ନ କରି ରଖିଛି।
ଚାଷ ପାଇଁ ଯେଉଁ ଚାଷୀ ମାନେ ତଳି ପକାଇ ଥିଲେ ସେମନଙ୍କର ତଳି ଧାନ ସବୁ ବନ୍ୟା ପାଣିରେ ବୁଡ଼ି ଯାଉଛି। ଏବେ ଚାଷ ବିଲରେ ପାଣି ଲହଡ଼ି ଭାଙ୍ଗୁଛି।
ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲକ ର ନଦୀ କୂଳିଆ ଚାଷ ଜମି ଓ ପନିପରିବା କ୍ଷେତ ସବୁ ବୁଡ଼ି ଯାଇଛି। ଆଗପଡ଼ାର ମଙ୍ଗଳପୁର, ଅନିଯୋ, ବିରିଡ଼ି, ଏଡ଼ାଦେଇ,କଣ୍ଡବା, ଚାରିଗାଁ, ଚକରାପାଢ଼ି, କାଉପୁର, ଚଢ଼ିଆ, ଜଳଙ୍ଗା, ଭଦ୍ରକାଳୀ ସାହି, ଅର୍ଣ୍ପାଳ, ଗୁଜିଦରଦା ଆଦି ଅଞ୍ଚଳରେ ପନିପରିବା ଚାଷ ସବୁ ନଷ୍ଟ ହୋଇଛି । ସେହିପରି ଚାନ୍ଦବାଲି ବ୍ଲକର ସାଳନ୍ଦୀ ନଦୀ କୂଳିଆ ଅଞ୍ଚଳ ଆରଡ଼ି ପର୍ଯ୍ୟନ୍ତ ଚାଷ ଜମି ରେ ବନ୍ୟା ପାଣି ବୁଡ଼ି ରହିଛି ।