ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ର ସହାୟକ କୋଚ୍ ରୟାନ୍ ଟେନ୍ ଡୋସାଟେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଇଂଲଣ୍ଡ ଗସ୍ତ ସମୟରେ ହିଁ ସେ ବିସିସିଆଇକୁ ନିଜ ନିଷ୍ପତ୍ତି ବିଷୟରେ ଜଣାଇ ସାରିଥିଲେ। ଏବେ ସେ କୋଲକାତା ନାଇଟ୍ ରାଇଡର୍ସର କୋଚିଂ ଷ୍ଟାଫ୍ରେ ଯୋଗଦେବେ । ୨୦୨୪ ଟି୨୦ ୱାର୍ଲ୍ଡ କପ୍ ପରେ ଟେନ୍ ଡୋସାଟେଙ୍କୁ ଭାରତୀୟ ଦଳର ସହାୟକ କୋଚ୍ (ବ୍ୟାଟିଂ ଓ ଫିଲ୍ଡିଂ) ଭାବେ ନିଯୁକ୍ତ କରାଯାଇଥିଲା । ତାଙ୍କ କାର୍ୟ୍ୟକାଳ ମଧ୍ୟରେ ଭାରତ ୨୦୨୫ ଏସିଆ କପ୍ ଏବଂ ୨୦୨୬ ଟି୨୦ ୱାର୍ଲ୍ଡ କପ୍ ଜିତିଥିଲା ।
ମାତ୍ର ଟେଷ୍ଟ କ୍ରିକେଟ୍ରେ ଦଳର ପ୍ରଦର୍ଶନ ନିରାଶାଜନକ ରହିଥିଲା । ଟେନ୍ ଡୋସାଟେ କୋଲକାତା ପାଇଁ ଜଣେ ଖେଳାଳି ଏବଂ ଫିଲ୍ଡିଂ କୋଚ୍ ଭାବେ କାମ କରିସାରିଛନ୍ତି । ଏବେ ସେ ପୁଣି ଅଭିଷେକ ନାୟରଙ୍କ ସହ କୋଚିଂ ଟିମ୍କୁ ଫେରୁଛନ୍ତି । ଫିଲ୍ଡିଂ କୋଚ୍ ଟି. ଦିଲୀପଙ୍କ କାର୍ୟ୍ୟକାଳ ଶେଷ ହୋଇଥିବା ବେଳେ ବୋଲିଂ କୋଚ୍ ମୋର୍ନେ ମୋର୍କେଲ ୨୦୨୭ ଶେଷ ପର୍ୟ୍ୟନ୍ତ ରହିବା ଆଶା କରାଯାଉଛି ।