ଡେରାଡୁନ: ଦେଶର ପ୍ରାୟ ଅଧିକାଂଶ ସ୍ଥାନରେ ଏବେ ବର୍ଷା ବିତ୍ପାତ ଜାରି ରହିଛି । ଏହି ପ୍ରରିପେକ୍ଷିରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଉତ୍ତରାଖଣ୍ଡରେ ହେଉଥିବା ଚାରଧାମ ଯାତ୍ରାକୁ ୨ ଦିନ ଯାଏଁ ସ୍ଥଗିତ କରାଯାଇଛି । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଜି ଏବଂ ଆସନ୍ତାକାଲି ପାଇଁ ଚାରଧାମ ଯାତ୍ରାକୁ ସ୍ଥଗିତ କରାଯାଇଛି । ପାଣିପାଗ ଅନୁକୁଳ ରହିଲେ ଯାତ୍ରା ପୁଣି ଆରମ୍ଭ ହେବ ବୋଲି ସୂଚନା ମିଳିଛି ।
ଗଙ୍ଗୋତ୍ରୀ, କେଦାରନାଥ, ବଦ୍ରିନାଥ ଏବଂ ଆଖାପାଖ ଅଞ୍ଚଳରେ ପ୍ରବଳ ବର୍ଷା ସହ ଘଡଘଡ ସମ୍ଭାବନା ରହିଛି । ବର୍ଷା ହେବା କାରଣରୁ ଆଲର୍ଟ ଜାରି କରାଯାଇଛି । ଲୋକମାନେ ସୁରକ୍ଷିତ ସ୍ଥାନକୁ ଯିବାକୁ ଅପିଲ୍ କରାଯାଇଛି ।
ଚାରଧାମ ଯାତ୍ରା ମାର୍ଗରେ ଅନେକ ସ୍ଥାନରେ ବର୍ଷା ଯୋଗୁ ଭୂସ୍ଖଳନ ହୋଇ ରାସ୍ତା ବନ୍ଦ ପଡିଛି । ପ୍ରବଳ ବର୍ଷା ଯୋଗୁଁ ଆଲଟର୍ କାରଣରୁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଜି ଏବଂ ଆସନ୍ତାକାଲି ପାଇଁ ଚାରଧାମ ଯାତ୍ରାକୁ ସ୍ଥଗିତ କରାଯାଇଛି । ପାଣିପାଗ ଠିକ୍ ରହିଲେ ଯାତ୍ରା ପୁଣି ଆରମ୍ଭ ହେବ ବୋଲି ଖବର ମିଳିଛି ।