ଖୋର୍ଦ୍ଧା: ଖୋର୍ଦ୍ଧାରେ ଖୋଲିବ ଜାତୀୟ ଫୋରେନ୍ସି ସାଇନ୍ସେସ୍ ବିଶ୍ବବିଦ୍ୟାଳୟ (ଏନ୍ଏଫ୍ଏସ୍ୟୁ) । ଏଥିପାଇଁ ଜମି ଆବଣ୍ଟନ ପ୍ରକ୍ରିୟା ଶେଷ ହୋଇସାରିଛି । ତେବେ ସାରା ଦେଶରେ ଆଉ ୮ଟି କ୍ୟାମ୍ପସ ଖୋଲିବାନେଇ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି । ତେବେ ଫୋରେନ୍ସିକ୍ ବିଶ୍ବବିଦ୍ୟାଳୟର ୯ଟି କ୍ୟାମ୍ପସ ସ୍ଥାପନ କରିବାକୁ ୧୩୦୯.୧୩ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।
ବିଶ୍ବବିଦ୍ୟାଳୟର ଅବଶିଷ୍ଟ କ୍ୟାମ୍ପସଗୁଡ଼ିକ ମହାରାଷ୍ଟ୍ରର ନାଗପୁର, ଛତିଶଗଡ଼ର ରାୟପୁର, ତାମିଲନାଡ଼ୁର ଚେଙ୍ଗଲପଟୁ, ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ଖୋଲାଯିବ ।
ସେହିପରି ୭ଟି କେନ୍ଦ୍ରୀୟ ଫୋରେନ୍ସି ବିଜ୍ଞାନ ପ୍ରୟୋଗଶାଳା (ସିଏଫଏସଏଲ୍) ଖୋଲିବା ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଗୋଟିଏ ପ୍ରୟୋଗଶାଳା ଓଡ଼ିଶାର ଖୋର୍ଦ୍ଧାରେ ମଧ୍ୟ ଖୋଲାଯାଇଛି । ଏହି ପ୍ରୟୋଗଶାଳା ଏକ ଆବଣ୍ଟିତ ଟ୍ରାଞ୍ଜିଟ କୋଠାରୁ ପରିଚାଳିତ ହେଉଛି । ପ୍ରୟୋଗଶାଳା ଖୋଲିବାକୁ ୮୬୦.୩ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।
ଜାତୀୟ ଫୋରେନ୍ସିକ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ୨୨୫୪.୪୩ କୋଟି ଟଙ୍କା ଅଟକଳର ଏକ ୫ ବର୍ଷିଆ ଯୋଜନା ଘୋଷଣା କରିଛନ୍ତି ।