Latest Odisha News

BREAKING NEWS

ଚାଉଳ ଗାଡ଼ିରେ ଚାଲିଥିବା ଗଞ୍ଜେଇ ଚାଲାଣକୁ ଧରିଲା ଏସଟିଏଫ୍, ଜଣେ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଚାଉଳ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଏସଟିଏଫ୍ । ଏଭଳି ଘଟଣା ସାମ୍ନାକୁ ଆସିଛି ଖୋର୍ଦ୍ଧା ଜିଲ୍ଲାରୁ । ଗଙ୍ଗାପଡା-ରତନପୁର ଜଙ୍ଗଲ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ଏସଟିଏଫ୍ । ଚାଉଳ ବସ୍ତାରେ ୫୦୦ କେଜି ଗଞ୍ଜେଇ ଜବତ ହୋଇଛି । ଘଟଣାରେ ଜଣକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ଉତ୍ତରପ୍ରଦେଶ ଆଲିଗଡ଼ ଜିଲ୍ଲାର ରାଜୁ ବୋଲି ଜଣାପଡିଛି ।

ଏକ ଆଇଚର ଟ୍ରକରେ ବିପୁଳ ପରିମାଣର ଗଞ୍ଜେଇ ଚୋରାଚାଲାଣ ହେଉଥିବା ସୂଚନା ପାଇ STF ଟିମ୍ ଘଟଣାସ୍ଥଳରେ ପହଞ୍ଚି ଜବତ କରିଥିଲା । ଅଭିଯୁକ୍ତ ରାଜୁକୁ ପଚରାଉଚରା ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ଏସଟିଏଫ । ଗଞ୍ଜେଇ କେଉଁଠିକି ଚାଲାଣ ହେଉଥିଲା ଆଉ କାହାକୁ ବିକ୍ରି କରୁଥିଲା ତାହାର ସୁରାଗ ପାଇଛି ଏସଟିଏଫ ।

ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସଟିଏଫ୍ ଡ଼ିଆଇଜି ସୂଚନା ଦେଇଛନ୍ତି । ଘଟଣାରେ ଏକ ସ୍ୱତନ୍ତ୍ର ଟିମ ଦିଲ୍ଲୀ ଓ ଉତ୍ତରପ୍ରଦେଶ ଗସ୍ତ କରି ଅଧିକ ତଦନ୍ତ କରିବ । ଦରକାର ପଡ଼ିଲେ ରାଜୁକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚୁରା କରାଯାଇପାରେ ବୋଲି କହିଛନ୍ତି ଏସଟିଏଫ୍ ଡିଆଇଜି ।

Leave A Reply

Your email address will not be published.