Latest Odisha News

BREAKING NEWS

ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ : ଆଘାତ ସମସ୍ୟା ଯୋଗୁଁ ଦଳ ସହ ଶ୍ରୀଲଙ୍କା ଗଲେନି ସାଇ ସୁଦର୍ଶନ

ବେଙ୍ଗାଲୁରୁ:ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କାରେ ପହଞ୍ଚିସାରିଛି । ହେଲେ ଦଳର ଯୁବ ତଥା ପ୍ରତିଭାବାନ୍ ବାମହାତୀ ବ୍ୟାଟର ସାଇ ସୁଦର୍ଶନ ଦଳ ସହିତ ଯାଇନାହାନ୍ତି । ବିମାନବନ୍ଦରରେ ସୁଦର୍ଶନଙ୍କ ଅନୁପସ୍ଥିତି ତାଙ୍କ ଫିଟନେସ୍‌କୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଇଣ୍ଡିଆ ଏ ଦଳ ପକ୍ଷରୁ ଖେଳିବା ସମୟରେ ସାଇ ସୁଦର୍ଶନ ଚମତ୍କାର ଫର୍ମରେ ଥିଲେ। ସେ ୪ଟି ଇନିଂସରେ ୧୬୬.୦୦ ହାରସାରାଂଶରେ ୨ଟି ଶତକ ସହ ୩୩୨ ରନ୍ ସଂଗ୍ରହ କରିଥିଲେ ।

ଏହି ଗସ୍ତ ସମୟରେ ସେ ଗୋଡ଼ରେ ଆଘାତପ୍ରାପ୍ତ ହୋଇଥିଲେ । ବର୍ତ୍ତମାନ ସେ ବେଙ୍ଗାଲୁରୁସ୍ଥିତ ବିସିସିଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସରେ ରିହ୍ୟାବ୍ ପ୍ରକ୍ରିୟା ଦେଇ ଗତି କରୁଛନ୍ତି । ସେଠାରେ ସେ ପ୍ରତିଦିନ ନେଟ୍ସରେ ପ୍ରାୟ ୭୫ ମିନିଟ୍ ବ୍ୟାଟିଂ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ତଥାପି ସେ ସମ୍ପୂର୍ଣ୍ଣ ଫିଟ୍ ହୋଇନଥିବାରୁ ମେଡିକାଲ୍ ଟିମ୍ ତାଙ୍କ ଉପରେ କଡ଼ା ନଜର ରଖିଛି । ଫିଟନେସ୍ କ୍ଲିୟରାନ୍ସ ମିଳିବା ପରେ ହିଁ ସେ ଶ୍ରୀଲଙ୍କା ଅଭିମୁଖେ ଗସ୍ତ କରିବେ ।

Leave A Reply

Your email address will not be published.