Latest Odisha News

BREAKING NEWS

ଲୋଜାନ୍ ଡାଏମଣ୍ଡ ଲିଗ୍: ନୀରଜଙ୍କ ଶ୍ରୀଲଙ୍କାର ରୁମେଶ, ପାକିସ୍ତାନର ଅର୍ଶଦଙ୍କ ସହ ହେବ କଡ଼ା ଟକ୍କର

ନୂଆଦିଲ୍ଲୀ: ଭାରତର ତାରକା ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ୍ ଥ୍ରୋଅର୍   ନୀରଜ ଚୋପ୍ରା ଆସନ୍ତା ଅଗଷ୍ଟ ୨୧ ତାରିଖରେ ଆୟୋଜିତ ହେବାକୁ ଥିବା ପ୍ରସିଦ୍ଧ ‘ଲୋଜାନ୍ ଡାଏମଣ୍ଡ ଲିଗ୍’ ରେ ଭାଗ ନେବେ ।  ନୀରଜ ଚତୁର୍ଥ ଥର ପାଇଁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ନିକଟରେ ଶେଷ ହୋଇଥିବା କମନୱେଲଥ୍ ଗେମ୍ସରେ ୮୫.୮୩ ମିଟର ଭାଲା ଫିଙ୍ଗି ରୌପ୍ୟ ପଦକ ଜିତିବା ପରେ, ନୀରଜ ଏହି ଟୁର୍ନାମେଣ୍ଟ ଜରିଆରେ ନିଜର ଶ୍ରେଷ୍ଠ ଫର୍ମକୁ ଫେରିବା ପାଇଁ ପୂରା ପ୍ରୟାସ କରିବେ । ୨୮ ବର୍ଷୀୟ ନୀରଜ ୨୦୨୨ରେ ୮୯.୦୮ ମିଟର ଥ୍ରୋ ସହ ଏହି ଟାଇଟଲ୍ ଜିତିଥିଲେ ଏବଂ ୨୦୨୩ରେ ମଧ୍ୟ ୮୭.୬୬ ମିଟର ସହ ପ୍ରଥମ ସ୍ଥାନ ବଜାୟ ରଖିଥିଲେ । ୨୦୨୪ ଲୋଜାନ୍ ଡାଏମଣ୍ଡ ଲିଗ୍‌ରେ ୮୯.୪୯ ମିଟରର ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ ।

ତେବେ ୨୦୨୬ର ଏହି ସଂସ୍କରଣରେ କଡ଼ା ମୁକାବିଲା ଦେଖିବାକୁ ମିଳିବ, କାରଣ ନିକଟରେ କମନୱେଲଥ୍ ଗେମ୍ସରେ ୮୯.୭୫ ମିଟରର ଶ୍ରେଷ୍ଠ ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଥିବା ଶ୍ରୀଲଙ୍କାର ରୁମେଶ ପଥିରାଗେ ମଧ୍ୟ ଏଥିରେ ଭାଗ ନେଉଛନ୍ତି । ଏହା ସହିତ ପାକିସ୍ତାନର ଅଲିମ୍ପିକ୍ ଚାମ୍ପିଅନ୍ ଅର୍ଶଦ ନଦୀମ ମଧ୍ୟ ମୈଦାନକୁ ଓହ୍ଲାଉଥିବାରୁ କ୍ରୀଡ଼ାପ୍ରେମୀଙ୍କୁ ପୁଣି ଥରେ ଏକ ରୋମାଞ୍ଚକର ପ୍ରତିଯୋଗିତା ଦେଖିବାକୁ ମିଳିବ । ଚଳିତ ବର୍ଷ ନୀରଜଙ୍କ ପାଇଁ ଲୋଜାନ୍ ଡାଏମଣ୍ଡ ଲିଗ୍ ହେଉଛି ତୃତୀୟ ବଡ଼ ପ୍ରତିଯୋଗିତା । ଗମ୍ଭୀର ଆହତ ସମସ୍ୟା ଏବଂ ଟୋକିଓ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନ୍‌ସିପ୍ ପରେ ବିଶ୍ରାମ ନେଇ ସେ ଚଳିତ ବର୍ଷ  ଫେରିଛନ୍ତି। ଜୁନ୍ ମାସରେ ଅନୁଷ୍ଠିତ ଦୋହା ଡାଏମଣ୍ଡ ଲିଗ୍‌ରେ ସେ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଗ୍ଲାସଗୋ କମନୱେଲଥ୍ ଗେମ୍ସରେ ରୌପ୍ୟ ପଦକ ହାସଲ କରିଥିଲେ।

ଲୋଜାନ୍ ଡାଏମଣ୍ଡ ଲିଗ୍ ୨୦୨୬ ଜାଭେଲିନ୍ ଥ୍ରୋ ଆଥଲେଟ୍ ତାଲିକା; ନୀରଜ ଚୋପ୍ରା (ଭାରତ),ମେଶ ପଥିରାଗେ (ଶ୍ରୀଲଙ୍କା), ଅର୍ଶଦ ନଦୀମ (ପାକିସ୍ତାନ), ଏଣ୍ଡରସନ୍ ପିଟର୍ସ (ଗ୍ରେନାଡା), ଜୁଲିଆନ୍ ୱେବର୍ (ଜର୍ମାନୀ), ଥୋମାସ୍ ରୋହଲର୍ (ଜର୍ମାନୀ), ଜାକୁବ୍ ୱାଡଲେଚ୍ (ଚେକିଆ), କେଶୋର୍ଣ୍ଣ ୱାଲକଟ୍ (ତ୍ରିନିଦାଦ୍ ଏବଂ ଟୋବାଗୋ), କର୍ଟିସ୍ ଥୋମ୍ପସନ୍ , ସାଇମନ୍ ୱିଲ୍ୟାଣ୍ଡ (ସ୍ୱିଜରଲ୍ୟାଣ୍ଡ)।

Leave A Reply

Your email address will not be published.