Latest Odisha News

BREAKING NEWS

ଓଡ଼ିଶା ଖଣି ଆବଣ୍ଟନ ପ୍ରକ୍ରିୟା: ୧୪୧.୨୫ ପ୍ରିମିୟମରେ ଗୋଆର ଫର୍ମେଣ୍ଟୋକୁ ମିଳିଲା ନଦୀଡ଼ିହ ଲୁହାପଥର-ମାଙ୍ଗାନିଜ୍ ଖଣି

ନୂଆଦିଲ୍ଲୀ: ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ନଦୀଡ଼ିହ ଲୁହାପଥର ଓ ମାଙ୍ଗାନିଜ୍ ଖଣିର ନିଲାମ ପ୍ରକ୍ରିୟା ସମାପ୍ତ ହୋଇଛି । ଗୋଆର ଫର୍ମେଣ୍ଟୋ ଇଣ୍ଟଷ୍ଟ୍ରିଜ୍ ପ୍ରାଇଭେଟ୍ ଲିଃ କମ୍ପାନୀକୁ ଏହି ଖଣି ମିଳିଛି ।

ଋବିବାର ଦିନ ନିଲାମ ହୋଇଥିବା ଏହି ଖଣିଟିରେ ଆନୁମାନିକ ୨୦.୪୮ ମେଟ୍ରିକ୍ ଟନ ଖଣିଜ ପଦାଥ ଗଚ୍ଛିତ ରହିଥିବାର ସୂଚନା ମିଳିଛି ।
ଗୋଆର ଏହି କମ୍ପାନୀ ୧୪୧.୨୫ ପ୍ରତିଶତ ବିକ୍ରିମୂଲ୍ୟ ଓଡ଼ିଶା ସରକାରଙ୍କୁ ଦେବାର ନିଷ୍ପତ୍ତି ଗ୍ରହଣ କରି ଏହି ଖଣିକୁ ହସ୍ତଗତ କରିପାରିଛି ।

ରାଜ୍ୟର ସର୍ବପୁରାତନ କୋଇରା ମାଇନିଂ ସେକ୍ଟର ଅଧିନରେ ଥିବା ଖଣିଟି ୧୯୬୧ରୁ ଖନନ ପ୍ରକ୍ରିୟା ଚାଲିଛି । ଏଥିପୂର୍ବରୁ ବଣାଇ ଇଣ୍ଟଷ୍ଟ୍ରିଜ୍ କମ୍ପାନୀ ଲିଃ (ବିଆଇସିଓ) ହାତରେ ଏହି ଖଣି ଲିଜ୍ ରହିଥିଲା ।

ଏଥିସହିତ ରାଜ୍ୟର ୧୯ଟି ଖଣି ମଧ୍ୟରୁ ଏପର୍ଯ୍ୟନ୍ତ ୧୦ଟି ଖଣି ନିଲାମ ସରିଛି ।

ଏଠାରେ ସୂଚନାଯୋଗ୍ୟ, ଶନିବାର ଦିନ ନିଲାମ ହୋଇଥିବା ମହୁଲସୁଖା ଲୁହାପଥର ଓ ମାଙ୍ଗାନିଜ୍ ଖଣିକୁ ପଟ୍ଟନାୟକ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ଼ ହସ୍ତଗତ କରିଥିଲା । ଏହି ଖଣିକୁ ୯୨.୭୦ ପ୍ରତିଶତ ପ୍ରିମିୟମରେ ଏହି କମ୍ପାନୀ କରାୟତ କରିପାରିଛି ।

ସେହିପରି ଭାବେ ଶୁକ୍ରବାର ଦିନ କୋଲକାତାର ଖଟୁଆ ନର୍ଭେରାମ ଏଣ୍ଡ କମ୍ପାନୀ ରଇଡ଼ା ୨ ଲୁହାପଥର ଖଣି ହାସଲ କରିପାରିଛି । ଏହାକୁ ୯୦.୯୦ ପ୍ରତିଶତ ବିକ୍ରିମୂଲ୍ୟରେ ହାସଲ କରିପାରିଛି ।

କେନ୍ଦୁଝର ଜିଲ୍ଲାରେ ଥିବା ଝିଲିଙ୍ଗ-ଲଙ୍ଗଲୋଟା ଲୁହାପଥର ଖଣିକୁ ଶ୍ୟାମ ଓର୍ ୧୩୫ ପ୍ରତିଶତ ବିକ୍ରିମୂଲ୍ୟ ଓଡ଼ିଶା ସରକାରଙ୍କୁ ଦେବାକୁ ନିଷ୍ପତ୍ତି ଗ୍ରହଣ କରି ହାସଲ କରିପାରିଛି ।

ବଳଦା ଲୁହାପଥର ଖଣିକୁ ଫେବୃଆରୀ ୪ ତାରିଖ ଦିନ ସେରାଜୁଦ୍ଦିନ୍ ଏଣ୍ଡ କମ୍ପାନୀ ନେଇଥିବା ବେଳେ ଫେବୃଆରୀ ୩ ତାରିଖ ଦିନ ଠାକୁରାଣୀ ଲୁହାପଥର ଖଣିକୁ ଆର୍ସେଲର୍ ମିତ୍ତଲ୍ ଇଣ୍ଡିଆ ପ୍ରାଇଭେଟ୍ କମ୍ପାନୀ ଅକ୍ତିଆର କରିପାରିଛି ।

Leave A Reply

Your email address will not be published.