Latest Odisha News

BREAKING NEWS

ଶ୍ରୀଲଙ୍କା ଟେଷ୍ଟ ସିରିଜ : ସଚିନ, କୋହଲିଙ୍କ ରେକର୍ଡ ଭାଙ୍ଗି ପାରନ୍ତି ଶୁଭମନ

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଆଗାମୀ ଟେଷ୍ଟ ସିରିଜ୍‌ରେ ଭାରତୀୟ ଦଳର ନେତୃତ୍ୱ ନେବାକୁ ଯାଉଥିବା ଅଧିନାୟକ ଶୁଭମନ ଗିଲଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଗିଲ୍ ବର୍ତ୍ତମାନ ଚମତ୍କାର ଫର୍ମରେ ଅଛନ୍ତି ଏବଂ ଏହି ସିରିଜ୍‌ରେ ତାଙ୍କ ପାଖରେ ସଚିନ୍ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ରେକର୍ଡ ସମାନ କରିବାର ବଡ଼ ସୁଯୋଗ ରହିଛି । ଉଲ୍ଲେଖଯୋଗ୍ୟ ଯେ, ଶ୍ରୀଲଙ୍କା ମାଟିରେ ଭାରତୀୟ ଅଧିନାୟକ ଭାବେ କେବଳ ସଚିନ୍ ତେନ୍ଦୁଲକର (୨ଟି ଶତକ) ଏବଂ ବିରାଟ କୋହଲି (୨ଟି) ହିଁ ଟେଷ୍ଟ ଶତକ ହାସଲ କରିଛନ୍ତି ।   ଯଦି ଗିଲ୍ ଏହି ଗସ୍ତରେ ଗୋଟିଏ ବି ଶତକ ମାରନ୍ତି, ତେବେ ଶ୍ରୀଲଙ୍କାରେ ଟେଷ୍ଟ ଶତକ ହାସଲ କରିଥିବା ତୃତୀୟ ଭାରତୀୟ ଅଧିନାୟକ ହେବେ । ଯଦି ସେ ସିରିଜ୍‌ରେ ୩ଟି ଶତକ ହାସଲ କରନ୍ତି, ତେବେ  ପ୍ରଥମ ଭାରତୀୟ ଅଧିନାୟକ ହେବେ ।

ଶ୍ରୀଲଙ୍କାରେ ଗିଲ୍‌ଙ୍କର ଏହା ପ୍ରଥମ ଟେଷ୍ଟ ସିରିଜ । ପ୍ରଥମ ଟେଷ୍ଟ ମ୍ୟାଚ୍  ଗାଲେ ଷ୍ଟାଡିୟମ୍‌ରେ ଖେଳାଯିବ, ଯେଉଁଠାରେ ସ୍ପିନରଙ୍କ ଭୂମିକା ନିର୍ଣ୍ଣାୟକ ହୋଇଥାଏ । ଏହି ପରିସ୍ଥିତି ସହ ଖାପ ଖୁଆଇବା ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ । ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବା ପରଠାରୁ ଗିଲଙ୍କ ପ୍ରଦର୍ଶନ ଅତ୍ୟନ୍ତ ପ୍ରଭାବଶାଳୀ ରହିଛି । ନମ୍ବର ୪ରେ ସେ ୮୮.୭୫ ହାରାହାରିରେ ୧୦୬୫ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୬ଟି ଶତକ ଓ ୧ଟି ଅର୍ଦ୍ଧଶତକ ସାମିଲ ଅଛି । ଗତ ବର୍ଷ ସେ ୯ଟି ଟେଷ୍ଟ ମ୍ୟାଚ୍‌ରେ ୭୦ରୁ ଅଧିକ ହାରାହାରିରେ ୯୮୩ ରନ୍ କରିଥିଲେ । ଚଳିତ ବର୍ଷ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟରେ ମଧ୍ୟ ସେ ୧୨୬ ରନ୍‌ର  ଇନିଂସ ଖେଳିଥିଲେ ।

Leave A Reply

Your email address will not be published.