Latest Odisha News

ଘରୋଇ ପରିବେଶରେ ବିଶ୍ୱକପ ଜିିତି ଅବସର ନେବାକୁ ଚାହାନ୍ତି ମିଲର

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ମିଡିଲ୍ ଅର୍ଡର ବ୍ୟାଟର ଡେଭିଡ୍ ମିଲର ୨୦୨୭ ଦିନିକିଆ ବିଶ୍ୱକପ୍‌ ଉପରେ ନିଜର ନଜର ରଖିଛନ୍ତି । ନିଜ ଘରୋଇ ଦର୍ଶକଙ୍କ ସାମ୍ନାରେ ବିଶ୍ୱକପ୍ ଟ୍ରଫି ଜିତି ଦୀର୍ଘ ଆନ୍ତର୍ଜାତୀୟ କ୍ୟାରିୟରର ସମାପ୍ତି କରିବାକୁ ସେ ଚାହୁଁଛନ୍ତି । ୨୦୨୭ ଆଇସିସି ଦିନିକିଆ ବିଶ୍ୱକପ୍ ଅକ୍ଟୋବର ୪ ରୁ ନଭେମ୍ବର ୨୧ ପର୍ୟ୍ୟନ୍ତ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆରେ ଯୁଗ୍ମ ଭାବେ ଆୟୋଜିତ ହେବ । ପ୍ରକାଶଥାଉ କି, ଦକ୍ଷିଣ ଆଫ୍ରିକା ଏପର୍ୟ୍ୟନ୍ତ ଗୋଟିଏ ହେଲେ ବି ଦିନିକିଆ ବିଶ୍ୱକପ୍ ଟ୍ରଫି ଜିତିପାରି ନାହିଁ । ୨୦୨୩ ବିଶ୍ୱକପ୍‌ରେ ଟିମ୍ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆଠାରୁ ହାରି ବିଦାୟ ନେଇଥିଲା ।

ମିଲର କହିଛନ୍ତି ଯେ, ବିଶ୍ୱକପ୍ ସ୍କ୍ୱାଡ୍‌ରେ ସ୍ଥାନ ପାଇବା ତାଙ୍କର ମୁଖ୍ୟ ଲକ୍ଷ୍ୟ । ମୁଁ ଏହାକୁ ବହୁତ ଉତ୍ସାହର ସହ ଅପେକ୍ଷା କରିଛି । କ୍ୟାରିୟରର ଶେଷ ପର୍ୟ୍ୟାୟରେ ଏକ ଟ୍ରଫି ଜିତି ଅବସର ନେବାକୁ ମୁଁ ପସନ୍ଦ କରିବି । ଦଳରେ ସ୍ଥାନ ମିଳିବା ନେଇ କୌଣସି ଗ୍ୟାରେଣ୍ଟି ନାହିଁ, କିନ୍ତୁ ମୁଁ ଏବେଠାରୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବା ଉପରେ ଧ୍ୟାନ ଦେଉଛି । ମିଡିଲ୍ ଅର୍ଡରରେ ବ୍ୟାଟିଂ କରି ଦଳକୁ ଜିତାଇବାର କଳା ତାଙ୍କର ସବୁଠାରୁ ବଡ଼ ସଫଳତା ।   ୨୦୨୨ ଆଇପିଏଲରେ ଗୁଜରାଟ ଟାଇଟନ୍ସ ସହ  ଜିତିବା ତାଙ୍କ କ୍ୟାରିୟରର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ଥିଲା । ଆରସିବି ବିପକ୍ଷରେ ମାତ୍ର ୩୮ ବଲ୍‌ରୁ ଅପରାଜିତ ୧୦୧ ରନ ଏବଂ ଡର୍ବାନରେ ଅଷ୍ଟ୍ରେଲିଆ ବିରୋଧରେ ଶତକ ତାଙ୍କର ଶ୍ରେଷ୍ଠ ଇନିଂସ ମଧ୍ୟରେ ଗଣତି କରାଯାଏ ।

Leave A Reply

Your email address will not be published.