Latest Odisha News

BREAKING NEWS

ଚମୋଲିରେ ଭୁଶୁଡ଼ିଲା ସୁଡ଼ଙ୍ଗ: ୭ ଶ୍ରମିକ ମୃତ, ୧୪ ଆହତ

ଡେରାଡୁନ: ଉତ୍ତରାଖଣ୍ଡ ଚମୋଲିରେ ବଡ଼ ଧରଣର ଦୁର୍ଘଟଣା। ସୁଡ଼ଙ୍ଗ ଭୁଶୁଡ଼ିବାରୁ ୭ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଶ୍ରମିକ ଗୁରୁତର ଭାବେ ଉଦ୍ଧାର ହୋଇଛନ୍ତି। ଏଠାରେ ଏବେ ବି ଅନେକ ଫସିରହିଥିବା କୁହାଯାଉଛି। ପିପଲକୋଟି ଟିଏଚ୍‌ଡିସି ପ୍ରକଳ୍ପର ନିର୍ମାଣାଧୀନ ସୁଡ଼ଙ୍ଗ ହଠାତ୍ ଭୁଶୁଡ଼ି ଯିବାକୁ ଟନେଲ ଭିତରକୁ ମାଟି ଓ ପାଣି ପଶିଯିବାରୁ ଫସିଯାଇଥିଲେ ଶ୍ରମିକ। ଏକାଧିକ ଶ୍ରମିକ ଫସିରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପୋଲିସ କହିଛି ଯେ ଟନେଲରେ ୨୨ ଜଣ ଶ୍ରମିକ କାମ କରୁଥିବା ସମୟରେ ହଠାତ୍ ପାଣିର ପ୍ରବଳ ପ୍ରବାହ ଆସିଥିଲା । ପ୍ରାଥମିକ ରିପୋର୍ଟ ଅନୁସାରେ ପ୍ରବଳ ଧାରାର ପ୍ରଭାବରେ ଅନେକ ଶ୍ରମିକ ଟନେଲର ବାହାର ଦିଗକୁ ପ୍ରବାହିତ ହୋଇଯାଇଥିଲେ । ଏପର୍ଯ୍ୟନ୍ତ ଅତି କମରେ ୧୬ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏନଡିଆରଏଫ ଓ ଏସଡିଆରଏଫର ଦଳମାନଙ୍କୁ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି। ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।

ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉଦ୍ଧାର ଓ ସାହାଯ୍ୟ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଏବଂ ସମସ୍ତ ଉଦ୍ଧାରକାରୀ ସଂସ୍ଥାଗୁଡ଼ିକୁ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ସମନ୍ୱୟ ଏବଂ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟନେଲ୍ ଭିତରେ ଫସିଥିବା ପ୍ରତ୍ୟେକ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଏବେ ପ୍ରଶାସନର ପ୍ରାଥମିକତା ବୋଲି ସେ କହିଛନ୍ତି। ଲଗାଣ ବର୍ଷା କାରଣରୁ ଟନେଲ ଉପରିଭାଗ ଭୁଶୁଡ଼ିପଡ଼ିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି।

Leave A Reply

Your email address will not be published.