ଭୁବନେଶ୍ୱର: ଗଂଜାମ ଜିଲ୍ଲାରେ ୧୧ କେଭି ତାର ଲାଗି ୧୦ଜଣ ମୃତ୍ୟୁ ଘଟଣାର ଦିନକ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ୪ଜଣ ଇଂଜିନିୟରଙ୍କୁ ସସ୍ପେଣ୍ଡ କରାଯାଇଛି । ବ୍ରହ୍ମପୁର ଇଲେକ୍ଟ୍ରିକାଲ ଡିଭିଜନର ଜେଇ, ସହକାରୀ ଯନ୍ତ୍ରୀ, ସାଉଥକୋ ଜେଇ ଦେବାଶିଷ ନାୟକ ଓ ଏସ୍ଡିଓ ବିଶ୍ୱ ରଂଜନ ମହାପାତ୍ରଙ୍କୁ ନିଲମ୍ବିତ କରାଯାଇଛି । ଏନେଇ ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।ଏହି ଘଟଣାକୁ ନେଇ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏହି ବୈଠକରେ ହିଁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଥିସହ ଏଣିକି କୌଣସି ସ୍ଥାନରେ ରାସ୍ତା ନିର୍ମାଣ କାମ ଆରମ୍ଭ କରିବା ପୂର୍ବରୁ ଶକ୍ତି ବାଭାଗର ଅନୁମତି ନେବା ଜରୁରୀ ବୋଲି ବୈଠକରେ କୁହାଯାଇଛି । ପିଡବ୍ଲୁଡି, ଏନ୍ଏଚ୍ ଓ ଆର୍ଡି ବିଭାଗ ଶକ୍ତି ବିଭାଗ ଠାରୁ ଅନୁମତି ପାଇବା ପରେ ରାସ୍ତା ନିର୍ମାଣ କରପାରିବେ । ଏହାଛଡା ବିପଦ ସଙ୍କୁଳ ଭାବେ ତାର ଓହଳିଥିବା ସ୍ଥାନଗୁଡିକର ଚିହ୍ନଟ କରାଯାଇ, ତାର ମ୍ୟାପିଂ କରାଯିବ । ସେହିପରି ନିରାପତା ପାଇଁ କର୍ମଶାଳା ସହ ଜନସଚେତନତା କାମ ହାତକୁ ନିଆଯିବ । ରାଜ୍ୟର ସମସ୍ତ ଲାଇନମ୍ୟାନ୍ ମାନଙ୍କୁ ମଧ୍ୟ ତାଲିମ ଦିଆଯିବ ବୋଲି ବୈଠକରେ ଶାକ୍ତି ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି । ଏହି ବୈଠକରେ ପରିବହନ, ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
BREAKING NEWS
- ଦୁଇ ସିଆରପି ନିର୍ବାଚନୀ ସଭାରେ ହୁଳହୁଳି ପକାଇ ନିଲମ୍ବିତ
- ହିଟ୍ ଆଣ୍ଡ ରନ୍ : ସୁରେଶ ରାଇନାଙ୍କ ୨ ଭାଇଙ୍କ ମୃତ୍ୟୁ
- ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନିଳାଦ୍ରୀ ମଣ୍ଡପ
- ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ବିଏସଏଫ୍ ଯବାନଙ୍କ ଗୁଳିରେ ଅନୁପ୍ରବେଶକାରୀ ନିହତ
- ଆସନ୍ତକାଲି ନାମାଙ୍କନ ଦାଖଲର ଶେଷ ତାରିଖ, ଆଜି କଂଗ୍ରେସ ଘୋଷଣା କରିବ ଆମେଠି ଓ ରାୟବରେଲି ଲୋକସଭା ଆସନର ପ୍ରାର୍ଥୀ
- ନବୀନ କଣ୍ଟାବାଞ୍ଜି ଆସନ ପାଇଁ ଭରିବେ ନାମାଙ୍କନ
- ଏଥର ୩୦୦ ପାର୍, ବୋଲରଙ୍କ ନିଦ ହଜାଉଛନ୍ତି ବ୍ୟାଟର୍ !
- ସ୍ୱପ୍ନ ସାକାର କରିବା ପାଇଁ ପନ୍ତ ଛାଡି ଦେଇଥିଲେ ରସମଲେଇ, ଚିକେନ, ବିରିୟାନୀ ଖାଇବା
- ନିର୍ବାଚନ ବେଳେ ରାହୁଲଙ୍କୁ ପାକିସ୍ତାନର ପୂର୍ବତନ ମନ୍ତ୍ରୀଙ୍କ ପ୍ରଶଂସା, କଡା ଜବାବ ଦେଲା ବିଜେପି
- ସାଧାରଣ ନିର୍ବାଚନ ୨୦୨୪: ବିଜେପୁର ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ବିଭିନ୍ନ ଦଳର ପ୍ରାର୍ଥୀ