Latest Odisha News

BREAKING NEWS

ଭାରତର ଐତିହାସିକ ୬୦୦ତମ ଟେଷ୍ଟ: ଗାଲେରେ ଶ୍ରୀଲଙ୍କା ବିପକ୍ଷରେ ମୈଦାନକୁ ଓହ୍ଲାଇବ ଶୁଭମନଙ୍କ ବାହିନୀ

ଗାଲେ: ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରରେ ଭାରତୀୟ କ୍ରିକେଟ ଇତିହାସରେ ଯୋଡ଼ି ହେବାକୁ ଯାଉଛି ଏକ ନୂଆ ସ୍ୱର୍ଣ୍ଣିମ ଅଧ୍ୟାୟ ।  ଶ୍ରୀଲଙ୍କାର ପ୍ରସିଦ୍ଧ ଗାଲେ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଭାରତୀୟ ଦଳ ନିଜର ୬୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଓହ୍ଲାଇବ । ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ପରେ ବିଶ୍ୱର ତୃତୀୟ ଦଳ ଭାବେ ଭାରତ ଏହି ଅସାଧାରଣ ମାଇଲଖୁଣ୍ଟ ଛୁଇଁବ । ଦେଶ ପାଇଁ କୌଣସି ବି ଟେଷ୍ଟ ମ୍ୟାଚ୍‌ରେ ଅଧିନାୟକତ୍ୱ କରିବା ଏକ ବଡ଼ କଥା । ମାତ୍ର ସ୍ୱାଧୀନତା ଦିବସ ଭଳି ଖାସ୍ ଦିନରେ ଦେଶର ୬୦୦ତମ ଟେଷ୍ଟରେ ଦଳର ନେତୃତ୍ୱ ନେବା ମୋ ପାଇଁ ଅତ୍ୟନ୍ତ ସମ୍ମାନ ଓ ଗୌରବର ବିଷୟ ।

ଗତ ଗୋଟିଏ ବର୍ଷ ହେବ ଅଧିନାୟକ ଦାୟିତ୍ୱ ସହ ମୁଁ ବେଶ୍ ସହଜ ଅନୁଭବ କରୁଛି । ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍ (୨୦୨୫-୨୭) ପଏଣ୍ଟ ଟେବୁଲରେ ଭାରତ ୫ମ ସ୍ଥାନରେ ରହିଛି । ଫାଇନାଲରେ ପହଞ୍ଚିବା ପାଇଁ ଆଗାମୀ ମ୍ୟାଚଗୁଡ଼ିକ ମଧ୍ୟରୁ ଆଉ ୬ରୁ ୭ଟି ବିଜୟ ଆବଶ୍ୟକ । ୩  ନଂ ବ୍ୟାଟିଂ ସ୍ଥାନ ପାଇଁ ଅଧିନାୟକ ଗିଲ୍ ଯୁବ ବ୍ୟାଟର ଦେବଦତ୍ତ ପଡ଼ିକ୍କଲଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି ।  ଯଶପ୍ରୀତ ବୁମରା ଏହି ସିରିଜ୍‌ରୁ ବାଦ୍ ପଡ଼ିଥିବାରୁ ଯୁବ ବୋଲରଙ୍କ ପାଇଁ ନିଜ ଦକ୍ଷତା ପ୍ରମାଣିତ କରିବାର ସୁଯୋଗ ସୃଷ୍ଟି ହୋଇଛି । ଏହି ଐତିହାସିକ ମ୍ୟାଚ୍ ସହ ଗାଲେ କ୍ରିକେଟ୍ ଷ୍ଟାଡିୟମ୍ ମଧ୍ୟ ନିଜର ୫୦ତମ ଟେଷ୍ଟ ଆୟୋଜନ କରିବାକୁ ଯାଉଛି ।

Leave A Reply

Your email address will not be published.