Latest Odisha News

ଓଡ଼ିଶା ଖଣି ଆବଣ୍ଟନ ପ୍ରକ୍ରିୟା: ଆଜି ନିଲାମ ହେବ ଗୋରୁମହିଷାଣି ଲୁହାପଥର ଖଣି

ନୂଆଦିଲ୍ଲୀ: ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଗୋରୁମହିଷାଣି ଲୁହାପଥର ଖଣି ସୋମବାର ଦିନ ନିଲାମ ହେବାକୁ ଦିନ ଧାର୍ଯ୍ୟ ହୋଇଛି ।

ଓଡ଼ିଶାର ଏହି ଗୁରୁତ୍ୱପୂର୍ଣ୍ଣ ଲୁହାପଥର ଖଣି ନିଲାମ ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟରେ ପ୍ରାୟ ୧୧ଟି କମ୍ପାନୀ ପ୍ରସ୍ତୁତ ଅଛନ୍ତି । ମୟୂରଭଞ୍ଜର ଗୋରୁମହିଷାଣି ଖଣିରେ ଆନୁମାନିକ ୧୭.୬୦ ମିଲିୟନ ଟନର ଲୁହାପଥର ଗଚ୍ଛିତ ରହିଥିବାର ସୂଚନା ମିଳିଛି ।

ଓଡ଼ିଶା ସରକାର ଏହି ଖଣି ଲାଗି ଫ୍ଲୋର୍ ପ୍ରାଇସ୍ ୬୬.୨୫ ପ୍ରତିଶତ ରଖିଥିବା ଆଗୁଆ ସୂଚନା ହସ୍ତଗତ ହୋଇଛି ।

ଗୋରୁମହିଷାଣି ଲୁହାପଥର ଖଣି ଲାଗି ବିଡ଼ର୍ ଗୁଡ଼ିକ ହେଲେ:

୧ – ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ୍ ପ୍ରା ଲିଃ
୨ – ଜିଭି ମାଇନ୍ସ ମିନେରାଲ୍ସ ଏଣ୍ଡ ମେଟାଲ୍ସ ପ୍ରା ଲିଃ
୩ – ଏପିଆଇ ଇସ୍ପାତ ଏଣ୍ଡ ପାୱାରଟେକ୍ (ପ୍ରା) ଲିଃ
୪ – ମହେନ୍ଦ୍ର ସ୍ପଞ୍ଜ୍ ଏଣ୍ଡ ପାୱାର୍ ଲିଃ
୫ – ଶ୍ୟାମ ସେଲ୍ ଏଣ୍ଡ ପାୱାର ଲିଃ
୬ – ସୁପର୍ ସ୍ମେଲ୍ଟର୍ସ ଲିଃ
୭ – ଠାକୁର୍ ପ୍ରସାଦ ସାଓ ଏଣ୍ଡ ସନ୍ସ ପ୍ରା ଲିଃ
୮ – ନିଓ ମେଟାଲିକ୍ସ ଲିଃ
୯ – ଗୋପାଲ୍ ସ୍ପଞ୍ଜ୍ ଏଣ୍ଡ ପାୱାର୍ ପ୍ରା ଲିଃ
୧୦ – ଏମଏସପି ସିମେଣ୍ଟ ଲିଃ
୧୧ – ଅଲଟ୍ରେଡ଼ ମିନେରାଲ୍ସ ପ୍ରା ଲିଃ

ଅଧୁନା ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ (ପ୍ରା) ଲିମିଟେଡ଼ କମ୍ପାନୀ ଅଧିନରେ ଏହି ଖଣି ଲିଜ୍ ରହିଛି ।

ଓଡ଼ିଶାର ୧୯ଟି ଖଣି ମଧ୍ୟରୁ ଏହା ୧୧ତମ ଖଣି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେଉଛି ।

Leave A Reply

Your email address will not be published.