ସମ୍ବଲପୁର: ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ୍ ସହ ଏକ ଯାତ୍ରୀବାହୀ ବସ୍ ଧକ୍କା। ଦୁର୍ଘଟଣାରେ ଜଣେ ମୃତ, ୧୨ ଆହତ ହୋଇଥିବା ସୂଚନା ରହିଛି। ଟ୍ରକ୍କୁ ଓଭରଟେକ୍ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ପୁରୀରୁ ପଦମପୁର ଯାଉଥିଲା ଏହି ବସ୍। ସମସ୍ତ ଆହତ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି।
ଶ୍ରୀ ଜଗନ୍ନାଥ ନାମକ ଏକ ବସ୍ ପୁରୀରୁ ସମ୍ବଲପୁର ଆସୁଥିବାବେଳେ କଂସର ପାଖରେ ଏକ ଟ୍ରକକୁ ଧକ୍କା ଦେଇଥିଲା। ସମସ୍ତ ଆହତଙ୍କୁ ସମ୍ବଲପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳ କୁ ସ୍ଥାନାନ୍ତର କରାଯାଇଛି l କିଛି ଗୁରୁତରଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ଯୁଯୁମରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ସୂଚନା ଅନୁସାରେ, ‘ଶ୍ରୀ ଜଗନ୍ନାଥ’ ନାମକ ଏକ ଯାତ୍ରୀବାହୀ ବସ୍ ପୁରୀରୁ ସମ୍ବଲପୁର ଅଭିମୁଖେ ଆସୁଥିଲା । ତେବେ କଂସର ନିକଟରେ ରାସ୍ତାକଡ଼ରେ ଏକ ଟ୍ରକକୁ ଓଭରଟେକ୍ କରିବାକୁ ଯାଇ ବସର ଦୁର୍ଘଟଣା ହୋଇଥିଲା । କୌଣସି କାରଣରୁ ବସ୍ଟି ନିୟନ୍ତ୍ରଣ ହରାଇ ଟ୍ରକକୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ତୀବ୍ର ଥିଲା ଯେ ବସ୍ର ସମ୍ମୁଖ ଭାଗ ଭାଙ୍ଗିରୁଜି ଯାଇଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ ।
