Latest Odisha News

BREAKING NEWS

ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ବଢୁଛି ଲୋକଙ୍କ ଦୁର୍ଦ୍ଦଶା

ଭୁବନେଶ୍ୱର: ଫୁଲୁଛି ବୈତରଣୀ ଓ ସାଳନ୍ଦୀ। ସେହିପରି ବ୍ରାହ୍ମଣୀ, ଖରସ୍ରୋତା, କାଣୀ ଓ ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ କେନ୍ଦ୍ରାପଡା ଜିଲ୍ଲାର ଆଳି ଓ ରାଜକନିକା ୨ଟି ବ୍ଲକର ୩୧ଟି ପଞ୍ଚାୟତ ପ୍ରଭାବିତ ହୋଇଛି।

ସେହିପରି ଭଦ୍ରକ ଆଖୁଆପଦାରେ ବୈତରଣୀ ୧୮.୩୩ ମିଟର ବିପଦ ସଙ୍କେତ ଅତିକ୍ରମ କରିଛି। ନଦୀ ଏବେ ପ୍ରାୟ ୧୮.୫୬ ମିଟରରେ ପ୍ରବାହିତ ହେଉଛି।

ଗୋଟେ ପଟେ କାଣୀ ନଦୀରେ ଘାଇ ସୃଷ୍ଟି ହୋଇ ପାଣି ଚାଲିଥିବା ବେଳେ ବରୀ ବ୍ଲକର ବାଙ୍କ ସାହି ଚନ୍ଦନପୁର ଆରୁଆଳରେ ପୂର୍ବ ବନ୍ୟାର ଘାଇରେ ପାଣି ଚାଲୁଛି।ଭଣ୍ଡାରିପୋଖରୀ-ଯାଜପୁର ରୁଟର ଷୋଳମପୁରରେ ରାସ୍ତାରେ ଦୁଇ ଫୁଟ ବନ୍ୟା ଜଳ ଜମା ହୋଇ ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ କରିଛି। ଜଳସ୍ତର ବୃଦ୍ଧି ଯୋଗୁଁ ଭଣ୍ଡାରିପୋଖରୀର ୬ଟି ଏବଂ ଧାମନଗର ବ୍ଲକର ୧୨ଟି ପଞ୍ଚାୟତ ପ୍ରଭାବିତ ହୋଇଛି।

ସାଳନ୍ଦୀ ନଦୀ ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ରାଜଘାଟରେ ବିପଦ ସଙ୍କେତ ୧୭ ଫୁଟ କିନ୍ତୁ ଜଳସ୍ତର ପ୍ରାୟ ୧୮.୧୦ ଫୁଟ ଛୁଇଁଛି। ତଳ ଗୋପବିନ୍ଧା ପଞ୍ଚାୟତ ଅନ୍ତର୍ଗତ ମତଗଜପୁର, ଜେନା ସାହି ଏବଂ ନାଥପଡ଼ା ଜଳମଗ୍ନ ହୋଇଛି।

ଭଦ୍ରକ ବ୍ଲକର ବିଷ୍ଣୁପୁର ଗାଁର ପ୍ରାୟ ୩ ହଜାର ବାସିନ୍ଦା ପ୍ରଭାବିତ ହୋଇଛନ୍ତି। କାରଣ ବନ୍ୟା ପାଣି ଗାଁ ରାସ୍ତାରେ ପ୍ରାୟ ପାଞ୍ଚ ଫୁଟ ପର୍ଯ୍ୟନ୍ତ ପ୍ରବେଶ କରିଛି। ବୋଡକ ପଞ୍ଚାୟତ ଅନ୍ତର୍ଗତ ଓରାଲି ଗାଁରେ ମଧ୍ୟ ପାଣି ପ୍ରବେଶ କରିଛି।

 

Leave A Reply

Your email address will not be published.