ଭୁବନେଶ୍ୱର: ଭୁବନେଶ୍ୱର ଇନ୍ଫୋସିଟି ଥାନା ନିକଟରେ ଦିନ ଦ୍ୱିପହରେ ଛାତ୍ରୀଙ୍କୁ ଗୁଳିମାଡ ଘଟଣାରେ କମିଶନରେଟ୍ ପୋଳିସ ଅଭିଯୁକ୍ତକୁ ଗିରଫ କରିଛି । ତେବେ ଗିରଫ ହୋଇଥିବା ବ୍ୟକ୍ତି ଜଣକ କୌଣସି ଦୁର୍ବୃତ ନୁହଁନ୍ତି ବରଂ ଛାତ୍ରୀଙ୍କ ପୁରୁଷ ବନ୍ଧୁ ଆଶିଷ କୁମାର ନାୟକ ବୋଲି ଜଣାପଡିଛି । ଆଶିଷଙ୍କ ନାଁରେ ବହୁ ଅପରାଧିକ ରେକର୍ଡ ରହିଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ ବୋମା ମାଡ ଘଟଣାରେ ଆଶିଷକୁ ପୋଲିସ ଗିରଫ କରିଥିଲା । ସୂଚନା ମୁତାବକ, ଇନ୍ଫୋସିଟି ଥାନା ଅଚଂଳରେ ଜଣେ ଛାତ୍ରୀଙ୍କୁ ଆଜି ଦିନ ଦ୍ୱିପହାରେ ଗୁଳି ମାଡ ହୋଇଥିଲା । ଛାତ୍ରୀ ଏବଂ ତାଙ୍କ ପୁରୁଷ ବନ୍ଧୁ ଆଶିଷ ଠିଆ ହୋଇଥିବା ବେଳେ ୨ ଜଣ ଦୁର୍ବୃତ ଆସି ଛାତ୍ରୀଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଥିବା କୁହାଯାଉଥିଲା । କିନ୍ତୁ ପୋଲିସ ପୁରୁଷ ବନ୍ଧୁ ଆଶିଷକୁ ଅଟକ ରଖି ପଚରାଉଚରା କରିବା ପରେ ପୁରା ଘଟଣା ଉପରୁ ପରଦା ଉଠିଛି । ଆଶିଷ ଛାତ୍ରୀଙ୍କ ପାଖକୁ ଯାଇଥିଲେ । ସେଠାରେ ସେମାନେ କଥାବାର୍ତ୍ତା ହେଉଥିଲେ । ଏହି ସମୟରେ ଆଶିଷଙ୍କ ପାଖରେ ଥିବା ଏକ ବନ୍ଧୁକରେ ଉଭୟ ଖେଳୁଥିଲେ । ଏହି ସମୟରେ ବନ୍ଧୁକରୁ ଗୁଳି ଫୁଟି ଛାତ୍ରୀଙ୍କ ଜଙ୍ଘରେ ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛାତ୍ରୀଙ୍କ ନାଁ ସୋନାଲି ଓ ତାଙ୍କ ଘର ବାଲେଶ୍ୱରରେ ବୋଲି ଜଣାପଡିିଛି ।
BREAKING NEWS
- ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପୁଣି ବଡ ଝଟକା
- ମାଟ୍ରିକ ସାର୍ଟିଫିକେଟ ଅନୁଯାୟୀ ମିଳିବ ଅବସର
- ୧୦୦ ରୁ ୧୧୦୦ କୋଟି କେମିତି ହେଲା: ସୁପ୍ରିମକୋର୍ଟ
- ସମସ୍ତ ରାଜନୈତିକ ଦଳ ମୁସଲମାନ ଭୋଟର ଚାହାଁନ୍ତି, କିନ୍ତୁ ପ୍ରାର୍ଥୀ କରନ୍ତି ନାହିଁ: ଓୱେସି
- ଆସନ୍ତା ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶାଳ ରୋଡ ସୋ
- 4G ଏବଂ 5G ସେବା ଦେବ BSNL
- ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି, କହିଲା ପରାଜୟ ଭୟରେ ଅପପ୍ରଚାର କରୁଛି ବିଜେଡି
- ପୁଣି ଜବତ ହେଲା ବିପୁଳ ପରିମାଣର ବିଷାକ୍ତ ମସଲା, ୩ ଗିରଫ
- ସମୁଦ୍ରରେ ଭାସିଯାଇ ୫ ଜଣଙ୍କ ଡାକ୍ତରୀ ଛାତ୍ରଛାତ୍ରୀଙ୍କର ମୃତ୍ୟୁ
- ଘରୁ ଗଦା ଗଦା ନୋଟ୍ ବାହାରିବା ମାମଲା, ମନ୍ତ୍ରୀଙ୍କ ଓଏସଡି ଓ ଘରୋଇ ସହାୟକ ଗିରଫ