ଚଣ୍ଡିଖୋଲ:ଉତ୍ତର ଓଡ଼ିଶା ସମେତ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି। ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ବଡ଼ଚଣା ବ୍ଲକର ଟିଗିରିଆ ଗ୍ରାମରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଗାଁ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଦ୍ୱିତୀୟ ଥର ବ୍ରାହ୍ମଣୀ ଜଳସ୍ତର ବୃଦ୍ଧି ପାଇବା ଫଳରେ ଏବେ ଗାଁରେ ବନ୍ୟା ଜଳ ପଶିଛି ।
ପ୍ରଥମ ବନ୍ୟାରେ ଟିଗିରିଆ ଗାଁ ଲୋକେ ପ୍ରଭାବିତ ହୋଇଥିବା ବେଳେ ପୁଣି ଦ୍ଵିତୀୟ ବନ୍ୟାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ।
ଅନ୍ୟପଟେ ଗାଁରେ ଜଳଉତ୍ସ ଗୁଡ଼ିକ ବନ୍ୟା ଜଳରେ ବୁଡି ରହିଥିବା ବେଳେ ପାନୀୟ ଜଳ ପାଇଁ ନାହିଁ ନଥିବା ସମସ୍ୟା ସୃଷ୍ଟି ହେଉଛି । ଏଣୁ ଲୋକେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଏପଟେ ବନ୍ୟା ଜଳରେ ରନ୍ଧା ଖାଦ୍ୟ ଦିଆଯାଉ ନଥିବା ଲୋକେ ଅଭିଯୋଗ କରିଛନ୍ତି । ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

