Latest Odisha News

BREAKING NEWS

ଗିରଫ ହେବ ବିଦେଶୀ ଜାହାଜ ‘ଏମ୍‌ଟି ୟୁନିଟ୍‌’: ହାଇକୋର୍ଟ ଦେଲେ ନିର୍ଦ୍ଦେଶ

କଟକ: ଏକ ସାମୁଦ୍ରିକ ମାମଲାର ଶୁଣାଣି କରି ପାରାଦୀପ ବନ୍ଦରରେ ଥିବା ବିଦେଶୀ ଜାହାଜ “ଏମ୍‌ଟି ୟୁନିଟି’କୁ ଗିରଫ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୋଗ୍ଲାସି ଇନସୁ୍ୟରାନ୍ସ ଲିମିଟେଡ କମ୍ପାନୀ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ଆଡମିରାଲ ଜଜ୍ ଜଷ୍ଟିସ ଭି.ନରସିଂହ ଏହି ଆଦେଶ ଦେଇଛନ୍ତି । । ଏହି ମାମଲାଟି ଆର୍ଥିକ ବକେୟା ଏବଂ ସାମୁଦ୍ରିକ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଜଡିତ।

ସୂଚନା ମୁତାବକ, ଜାହାଜର କର୍ମଚାରୀଙ୍କ ବାକି ଦରମା ଏବଂ ଜାହାଜ ଚଳାଚଳ ପାଇଁ ଆବଶ୍ୟକୀୟ ସାମଗ୍ରୀ ଯୋଗାଣ ବାବଦକୁ ସୋଗ୍ଲାସି ଇନସୁ୍ୟରାନ୍ସ କମ୍ପାନୀ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିଥିଲା । ଜାହାଜର ମାଲିକଙ୍କୁ ଏହି ଟଙ୍କା ପରିଶୋଧ ପାଇଁ ଦାବି କରିଥିଲା କମ୍ପାନୀ । ମାତ୍ର ଜାହାଜ ମାଲିକ ଦୀର୍ଘ ଦିନ ହେବ ଏହାକୁ ପରିଶୋଧ କରିପାରିନଥିଲେ । ଯାହାକୁ ନେଇ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା ସୋଗ୍ଲାସି ଇନସୁ୍ୟରାନ୍ସ ଲିମିଟେଡ କମ୍ପାନୀ ।

ହାଇକୋର୍ଟ ଏହାକୁ ବିଚାର କରି ବାକି ଅର୍ଥର ଦାବି ଗ୍ରହଣଯାଗ୍ୟ ହୋଇଥିବାରୁ କୋର୍ଟ ଜାହାଜକୁ ଗିରଫ କରିବାକୁ ଆଦେଶ ଦେଇଥିଲେ । ତେବେ ଜାହାଜରେ ଥିବା ସାମଗ୍ରୀ ସହିତ ଏହି ମାମଲାର କୌଣସି ସମ୍ପର୍କ ନଥିବାରୁ ଜାହାଜରୁ ମାଲ ଖଲାସି କାର୍ଯ୍ୟ ଜାରି ରହିଛି । ଅଦାଲତ ଆଦେଶରେ ସ୍ପଷ୍ଟ କରିଛନ୍ତି ଯେ ଜାହାଜରେ ଥିବା ମାଲ୍ ବା ସାମଗ୍ରୀ ସହିତ ଏହି ମାମଲାର କୌଣସି ସମ୍ପର୍କ ନାହିଁ । ତେଣୁ ଜାହାଜ ଗିରଫ ହେଲେ ମଧ୍ୟ ମାଲ୍ ଖଲାସ ପ୍ରକ୍ରିୟା ଜାରି ରହିପାରିବ । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୯ ତାରିଖକୁ ଧାର୍ଯ୍ୟ କରାଯାଇଛି ।

Leave A Reply

Your email address will not be published.