Latest Odisha News

BREAKING NEWS

Monsoon Session: ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ, ଆସିପାରେ ବଡ଼ ବିଲ୍

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ଅକ୍ଟୋବର ୩ ତାରିଖ ଯାଏଁ ଚାଲିବ ଏହି ଅଧିବେଶନ। ଚଳିତ ମୌସୁମୀ ଅଧିବେଶନରେ ମୋଟ ୯ଟି କାର୍ଯ୍ୟଦିବସ ରହିଛି। ଏହି ସମୟ ମଧ୍ୟରେ ବିଭିନ୍ନ ବିଲ୍‌ ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ।

ଚଳିତ ମୌସୁମୀ ଅଧିବେଶନରେ ୯ଟି କାର୍ଯ୍ୟଦିବସ ରହିଛି। ଏଥିମଧ୍ୟରୁ ଗୋଟିଏ ଦିନ ଛୁଟି ରହିଥିବା ବେଳେ ଦୁଇ ଦିନ ନୋ-ମିଟିଂ ଡେ’ ରହିଛି । ଚଳିତ ଥର ମୌସୁମୀ ଅଧିବେଶନରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ ରାଜ୍ୟ ସରକାର ବିଧାନସଭାକୁ ଆଣିବେ । ଅନ୍ୟପଟେ ମୋହନ ସରକାର ଘେରୁବାକୁ ବିରୋଧ ଦଳମାନେ ପ୍ରସ୍ତୁତ ହୋଇ ରହିଛି ।

Leave A Reply

Your email address will not be published.