Latest Odisha News

BREAKING NEWS

ଟ୍ରକକୁ ଧକ୍କା ଦେଲା ବସ୍; ୬ ମୃତ, ବହୁ ଆହତ

ହାଇଦ୍ରାବାଦ: ଆଜି ସକାଳ ପ୍ରାୟ ୫ଟା ୨୦ ସମୟରେ ତେଲେଙ୍ଗାନାର ସୂର୍ଯ୍ୟପେଟ୍ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଘରୋଇ ବସ୍ ଏକ ଟ୍ରକ୍ ସହିତ ଧକ୍କା ହୋଇଛି। ଯାହା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ବସଟି ହାଇଦ୍ରାବାଦରୁ ବିଜୟୱାଡା ଅଭିମୁଖେ ଯାତ୍ରା କରୁଥିଲା। ଏଥିରେ ୪୩ ଜଣ ଯାତ୍ରୀ ଥିଲେ।ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂର୍ଯ୍ୟପେଟ୍ ପୋଲିସର କହିବାନୁଯାୟୀ, ଏକ ଘରୋଇ ଟ୍ରାଭେଲ୍ ବସ୍ ହାଇଦ୍ରାବାଦରୁ ବିଜୟୱାଡା ଅଭିମୁଖେ ଯାତ୍ରା କରୁଥିଲା। ୪୩ ଜଣ ଯାତ୍ରୀଙ୍କୁ ନେଇ ବସ୍ ଟି ଦୁର୍ଗାପୁରମ୍ ନିକଟରେ ହଠାତ୍ ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା।

ତେବେ ଦୁର୍ଘଟଣା ବିଷୟରେ ଜାଣିବା ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡି ସୂର୍ଯ୍ୟପେଟ୍ ଜିଲ୍ଲାରେ ଘଟିଥିବା ସଡ଼କ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ତେଲେଙ୍ଗାନାର ସିଏମଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଦୁଃଖ ପ୍ରକାଶ କରି ଛନ୍ତି। ସେ ଉଲ୍ଲେଖ କରିଛନ୍ତି, “କୋଡାଡ ମଣ୍ଡଳର ଦ୍ୱାରକୁଣ୍ଟ ନିକଟରେ ଏକ ଘରୋଇ ବସ୍ ଏବଂ ଏକ ଟ୍ରକ୍ ଧକ୍କା ହୋଇଛି। ଆହତମାନଙ୍କ ଉତ୍ତମ ଚିକିତ୍ସା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।”

Leave A Reply

Your email address will not be published.