Latest Odisha News

BREAKING NEWS

ମନ୍ଦିରରୁ ଚୋରି ଘଟଣାରେ ବନ୍ଧାହେଲେ ୩ ମୂର୍ତ୍ତି ଚୋର

ଚାନ୍ଦିଲି:ରାୟଗଡ଼ାର ଚାନ୍ଦିଲି ଥାନା ଅନ୍ତର୍ଗତ ପେଣ୍ଟା ଶିବ ମନ୍ଦିରରୁ ଚୋରି ଘଟଣାର ପୋଲିସ କରିଛି ପର୍ଦ୍ଦାଫାସ । ଅଗଷ୍ଟ ୨୪ ତାରିଖ ମଧ୍ୟରାତ୍ରିରେ ପେଣ୍ଟା ଶିବ ମନ୍ଦିରରୁ ଶିବ ଓ ପାର୍ବତୀଙ୍କ ଧାତୁ ମୂର୍ତ୍ତି ସମେତ ବିଭିନ୍ନ ପୂଜା ସାମଗ୍ରୀ ଚୋରି ହୋଇଥିଲା। ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ନୂଆପଡ଼ାର ମନୋଜ ଦୁର୍ଗା ଏବଂ ପଦନ ଗଣ୍ଡାଙ୍କ ସହ ଅନ୍ୟ ଜଣେ ଅଭିଯୁକ୍ତ।

ପୋଲିସ ସେମାନଙ୍କ ନିକଟରୁ ୧୩.୯୭ କିଲୋଗ୍ରାମ ଓଜନର ଭଗବାନ ଶିବଙ୍କ ଧାତୁ ମୂର୍ତ୍ତି,୬.୧୧ କିଲୋଗ୍ରାମ ଓଜନର ମାତା ପାର୍ବତୀଙ୍କ ଧାତୁ ମୂର୍ତ୍ତି, ୪.୧୧ କିଲୋଗ୍ରାମ ଓଜନର ପିତଳ ପଞ୍ଚମୁଖୀ ନାଗ ମୂର୍ତ୍ତି, ନଗଦ ୧,୯୪୦ ଟଙ୍କା ସମେତ କିଛି ଭଙ୍ଗା ତମ୍ବା ଓ ପିତଳ ସାମଗ୍ରୀ ଓ ବାଇକ ଜବତ କରିଛି।

ସୂଚନାଥାଉକି, ମନ୍ଦିରର ପୂଜକ ସି.ଏନ୍. ନାଗରାଜୁ ୨୪ ତାରିଖ ସକାଳେ ମନ୍ଦିରରେ ତାଲା ପକାଇ ନିଜ ଘରକୁ ଯାଇଥିଲେ। ତେବେ ୨୫ ତାରିଖ ସକାଳେ ମନ୍ଦିରକୁ ଆସି ଦେଖିବା ବେଳକୁ ମୁଖ୍ୟ ଦ୍ୱାରର ତାଲା ଭଙ୍ଗା ଯାଇଥିଲା। ଭିତରକୁ ଯାଇ ଦେଖିବା ବେଳେ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ଧାତୁ ମୂର୍ତ୍ତି ସମେତ ଅନ୍ୟାନ୍ୟ ପୂଜା ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିଥିଲା। ଏନେଇ ପୂଜକ ଚାନ୍ଦିଲି ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

Leave A Reply

Your email address will not be published.